34.1 C
Bhubaneswar
Friday, March 29, 2024
Homeଓଡିଶାଅନୁମତି ଦେଲା ଆଇସିଏମଆର : କରୋନା ରକ୍ତ ନମୁନା ପରୀକ୍ଷା ହେବ ଏସସିବିରେ

ଅନୁମତି ଦେଲା ଆଇସିଏମଆର : କରୋନା ରକ୍ତ ନମୁନା ପରୀକ୍ଷା ହେବ ଏସସିବିରେ

 
ଭୁବନେଶ୍ୱର : ଆରଏମଆରସି ଓ ଏମ୍‌ସର ଭୁବନେଶ୍ବର ଶାଖା ପରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ରେ ହେବ କରୋନା ନମୁନା ପରୀକ୍ଷା । ଏଥିଲାଗି ଆଇସିଏମଆର ଅନୁମତି ଦେଇଛି । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ଏନେଇ ଏହି ସୂଚନା ଦେଇଛନ୍ତି। ଏଣିକି କଟକ ଏସସିବିରେ କରୋନା ଭୁତାଣୁର ପରୀକ୍ଷା ହୋଇପାରିବ । ରାଜ୍ୟରେ ଏହି ସୁବିଧା ଅଧିକ ସ୍ଥାନରେ କରିବା ପାଇଁ ଦୁଇଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ ବୁର୍ଲାସ୍ଥିତ ଭିମସାର ଓ ବ୍ରହ୍ମପୁରସ୍ଥିତ ଏମକେସିଜିରେ ମଧ୍ୟ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରାଇବାକୁ ଆଇସିଏମଆରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଖୁବଶୀଘ୍ର ବୁର୍ଲାସ୍ଥିତ ଓ ବ୍ରହ୍ମପୁରରେ କରୋନା ପରୀକ୍ଷା ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏସ୍‌ସିବି ମେଡିକାଲ କଲେଜରେ କରୋନା ପରୀକ୍ଷା ପାଇଁ ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ।

ଆରଏମଆରସି ପରେ ଏମ୍‌ସ ଭୁବନେଶ୍ବର ଶାଖାରେ କରୋନା ପରୀକ୍ଷା ଆରମ୍ଭ ହୋଇସାରିଛି। ରାଜ୍ୟରେ ଯଦିଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ନାହିଁ, ତେବେ ସନ୍ଦିଗ୍ଧଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଅଧିକ ସଂଖ୍ୟାରେ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ଦେଖାଦେଇଛି । ଓୟୁଏଟିରେ ମଧ୍ୟ ସୁବିଧା ଥିବାରୁ ଏନେଇ ଏବେ ଚିନ୍ତା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking