32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବାତ୍ୟା ‘ନିଭାର’ ପାଇଁ ଆଲର୍ଟ ଜାରି

ବାତ୍ୟା ‘ନିଭାର’ ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର : ବଙ୍ଗୋପସାଗରେ ସୃଷକଟି ହୋଇଥିବା ଲଘୁଚାପ ଭୀଷଣ ଅବପାତର ରୂପ ନେଇଛି । ଏହା ବାତ୍ୟା ଓ ପରେ ମହାବାତ୍ୟାର ରୂପ ନେଇପାରେ । ଆସନ୍ତା ୨୫ରୁ ରାଜ୍ୟରେ ବର୍ଷା ପାଗ ରହିବା ସହ କିଛି ଜିଲ୍ଲାରେ ବଷାଁ ମଧ୍ୟ ହୋଇପାରେ ବୋଲି ପାଣିପାଗ ତରଫରୁ ସୂଚନା ମିଳିଛି । ଭୀଷଣ ଅବପାତ ସୃଷ୍ଟି ହୋଇ ୨୩ ତାରିଖ ସଂଦ୍ଧ୍ୟା ୫ ଟାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଥିବା ବେଳେ ଘଣ୍ଟାକୁ ୧୪ କି.ମି ବେଗରେ ପଣ୍‌ଚିମ ଦିଗକୁ ଗତି କରୁଛି । ଏହାର ପ୍ରଭାବ ତାମିଲନାଡ଼ୁ -ପୁଡ଼ୁଚେରି ଉପକୂଳର କରାଇକାଲମ ଓ ମାମାଲାପୁରମ ମଧ୍ୟରେ ଉପକୂଳ ଛୁଇଁବ । ଓ ବାତ୍ୟାରେ ପ୍ରକୋପ ଘଣ୍ଟା ପ୍ରତି ୧୦୦ରୁ ୧୨୯ କି.ମି.ରହିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ଜଗତସିଂପୁର ,ପୂରୀ, ଖୋର୍ଦ୍ଧା, ଫୁଲବାଣୀ , ରାୟଗଡ଼ା ସୁନ୍ଦରଗଡ଼,ଦେବଗଡ଼ ଜିଲ୍ଲା ମାନଙ୍କରେ ପାଗ ମେଘୁଆ ରହିବା ସହିତ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ । ଏନେଇ କୃଷି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking