28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ଜୀବନକୁ ନେଇ ଆହ୍ଲାବାଦ ହାଇକୋର୍ଟ ଶୁଣାଇଲେ ଏପରି ରାୟ....

ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ଜୀବନକୁ ନେଇ ଆହ୍ଲାବାଦ ହାଇକୋର୍ଟ ଶୁଣାଇଲେ ଏପରି ରାୟ….

ନୂଆଦିଲ୍ଲୀ : ଯଦି ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ନଥାଏ, ତେବେ ଏହା ମାନସିକ ନିର୍ଯ୍ୟାତନା ଏବଂ କ୍ରୁରତା ବା ନିଷ୍ଠୁରତା ହୋଇପାରେ ଏବଂ ସେହି ଆଧାରରେ ଛାଡପତ୍ର ମଧ୍ୟ ନିଆଯାଇପାରେ ବୋଲି ଆହ୍ଲାବାଦ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଗତ ସପ୍ତାହରେ ଆହ୍ଲାବାଦ ହାଇକୋର୍ଟ ଏହି କାରଣ ଯୋଗୁଁ ଏକ ଦମ୍ପତିଙ୍କ ବୈବାହିକ ଜୀବନକୁ ରଦ୍ଦ କରିଦେଇଥିଲେ । ଅଦାଲତ ତାଙ୍କ ରାୟରେ କହିଥିଲେ ଯେ, ସ୍ୱାମୀ କିମ୍ବା ସ୍ତ୍ରୀ ଯଦି ନିଜ ସାଥୀ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରିକ ସମ୍ପର୍କ ରଖିବାକୁ ଅନୁମତି ନ ଦେବା କେବଳ ମାନସିକ ନିର୍ଯ୍ୟାତନା ନୁହେଁ, ଏହା ନଷ୍ଠୁରତା ସହ ସମାନ । ଏହି କାରଣ ଯୋଗୁଁ କେହି ବି ନିଜ ବୈବାହିକ ଜୀବନରୁ ମୁକ୍ତ ହୋଇପାରେ । ଜଷ୍ଟିସ ସୁନୀତ କୁମାର ଏବଂ ଜଷ୍ଟିସ ରାଜେନ୍ଦ୍ର କୁମାରଙ୍କ ଚାରି ଜଣିଆ ଖଣ୍ଡପୀଠ ହିନ୍ଦୁ ବିବାହ ଅଧିନିୟମ ୧୯୫୫ ର ଧାରା ୧୩ ଅନୁଯାୟୀ ଛାଡପତ୍ର ପାଇଁ ଏକ ଆବେଦନକୁ ଖାରଜ କରିବାକୁ କରାଯାଇଥିବା ଆବେଦନ ଉପରେ ଏହି ରାୟ ଶୁଣାଇଛନ୍ତି ।

ଯାହା ଏକ ସ୍ୱାମୀଙ୍କ ସାପକ୍ଷରେ ଥିଲା । ହାଇକୋର୍ଟ କହିଛନ୍ତି ଯେ, ଜୀବନସାରା ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ରହିବାକୁ ବାଧ୍ୟ କରାଯାଇପାରି ନାହିଁ । ଉଭୟଙ୍କୁ ବାଧ୍ୟତାମୂଳକ ଏକ ବନ୍ଧନରେ ବାନ୍ଧି ରଖିଲେ ବିଶେଷ କିଛି ଲାଭ ହେବ ନାହିଁ । ବାସ୍ତବରେ ଏହି ବନ୍ଧନଚ ଶେଷ ହୋଇ ସାରିଥାଏ । ରିପୋର୍ଟ ଅନୁଯାୟୀ, ବାରାଣାସୀରେ ଫ୍ୟାମିଲି କୋର୍ଟ ଆଦେଶ ବିରୋଧରେ ପୀଡ଼ିତାଙ୍କ ସ୍ୱାମୀ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ଆବେଦନରେ ଦର୍ଶାଯାଇଛି ଯେ ଏହି ଦମ୍ପତି ମେ’ ୧୯୭୯ ରେ ବିବାହ କରିଥିଲେ । କିଛି ସମୟ ପରେ ପତ୍ନୀଙ୍କ ଆଚରଣ ବଦଳିଗଲା ଏବଂ ସେ ତାଙ୍କ ସ୍ତ୍ରୀ ଭାବରେ ତାଙ୍କ ସହିତ ରହିବାକୁ ମନା କଲେ । ବହୁ ବୁଝାଇବା ସତ୍ତ୍ୱେ ସ୍ତ୍ରୀ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ଥିଲେ ।

କିଛି ଦିନ ଗୋଟିଏ ଛାତ ତଳେ ରହିବା ପରେ ସ୍ତ୍ରୀ ଯାଇ ବାପ ଘରେ ରହିଥିଲେ । ଯେତେବେଳେ ତାଙ୍କ ଶାଶୁ ଘରକୁ ଫେରିବାକୁ କୁହାଗଲା, ସେ ଫେରି ଆସିବାକୁ ମନା କରିଦେଲେ । କିନ୍ତୁ ପରେ ଶୁଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ ଅନ୍ୟତ୍ର ବିବାହ କରିଛନ୍ତି । କିନ୍ତୁ ଏହାକୁ ସେ ପ୍ରମାଣ କରିପାରିନଥିଲେ । ତେଣୁ ଫ୍ୟାମିଲ କୋର୍ଟର ନିଷ୍ପତ୍ତି ସ୍ୱାମୀ ସାପକ୍ଷରେ ନଥିଲା । ପରେ ସେ ହାଇକୋର୍ଟରେ ଆବେଦନ କରିଥିଲେ । ଯଦିଓ ସ୍ତ୍ରୀର ଦ୍ୱିତୀୟ ବିବାହକୁ ସେ ସେଠି ମଧ୍ୟ ପ୍ରମାଣ କରିନଥିଲେ କିନ୍ତୁ ଦୀର୍ଘ ଦିନ ଅଲଗା ରହୁଥିବା କଥାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ନିଷ୍ପତ୍ତି ଶୁଣାଇଥିଲେ । ତେବେ ହାଇକୋର୍ଟ ଜାଣିବାକୁ ପାଇଥିଲେ ଯେ ଉଭୟ ସ୍ୱାମୀ-ସ୍ତ୍ରୀ ଦୀର୍ଘ ଦିନ ଧରି ଅଲଗା ରହୁଛନ୍ତି ଏବଂ ସ୍ୱାମୀଙ୍କ ଅନୁଯାୟୀ ସ୍ତ୍ରୀ ବିବାହ ବନ୍ଧନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ସେ ପରିବାର ଏବଂ ସମନ୍ୱୟ ଦାୟିତ୍ୱ ପୂରଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହି ଆଧାରରେ ହାଇକୋର୍ଟ ସେମାନଙ୍କ ବିବାହକୁ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking