28.1 C
Bhubaneswar
Friday, March 29, 2024
Homeଅପରାଧନୃଶଂସ ସ୍ୱାମୀ; ବିଲରେ ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଘରକୁ ଫେରିଲା

ନୃଶଂସ ସ୍ୱାମୀ; ବିଲରେ ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଘରକୁ ଫେରିଲା

ଗଜପତି: କାଶୀନଗର ଅଞ୍ଚଳରେ ଛାତିଥରା ଘଟଣା । ପାରିବାରିକ କଳହକୁ ନେଇ ନୃଶଂସ ପାଲଟିଗଲା ସ୍ୱାମୀ । ଯେଉଁ ସିନ୍ଥିରେ ସିନ୍ଦୁର ଭରି ସାତ ଜନ୍ମ ସାଥି ହୋଇ ରହିବାକୁ ମିଠା ମିଠା ପ୍ରତିଶୃତି ଦେଇଥିଲା । ସେହି ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା ସଇତାନ ସ୍ୱାମୀ । ପରେ କଟାମୁଣ୍ଡକୁ ଧରି ଘରକୁ ଫେରିଲା ଜହ୍ଲାଦ ସ୍ୱାମୀ । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଉର୍ମିଳା କାର୍ଯି । ହତ୍ୟା ଘଟଣାରେ ସ୍ୱାମୀ ଚନ୍ଦ୍ରଶେଖର କାର୍ଯିକୁ ପୋଲିସ ଅଟକ ରଖିଛି । ସୂଚନା ଅନୁଯାୟୀ, ଆଜି ସକାଳେ ସ୍ୱାମୀ ଚନ୍ଦ୍ରଶେଖର ଓ ସ୍ତ୍ରୀ ଉର୍ମିଳା ମିଶି ବଗଡକୁ ଚାଷ କରିବା ପାଇଁ ଯାଇଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଚନ୍ଦ୍ରଶେଖର କାର୍ଯି ହାତରେ ଧରିଥିବା କଟୁରିରେ ସ୍ତ୍ରୀ ଉର୍ମିଳା କାର୍ଯିର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା । ଏହାପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଚନ୍ଦ୍ରଶେଖର ଘରକୁ ଆସିଥିଲା । ଏନେଇ ଖବର ପାଇ କାଶୀନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି । ଚନ୍ଦ୍ରଶେଖର ଏବଂ ଉର୍ମିଳାଙ୍କ ବିବାହ ୪ ବର୍ଷ ହେଲା ହୋଇଥିଲା । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଯାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି । ଏପରି ହତ୍ୟାକାଣ୍ଡ ପରେ ସାରା ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି କହିଛନ୍ତି, ‘‘ଚନ୍ଦ୍ରଶେଖର କାର୍ଯି ନାମକ ଜଣେ ବ୍ୟକ୍ତି ନିଜ ପତ୍ନିର ମୁଣ୍ଡକାଟି ଜଣଙ୍କ ପିଣ୍ଡା ଉପରେ ରଖିବା ଖବର ପାଇଥିଲୁ । ଏହାପରେ ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଆଟକ ରଖିବା ସହୱ ପଚରାଉଚରା ଜାରି ରଖିଛ । ସାଇଣ୍ଟିଫିକ୍ ଟିମସହ ମିଶି ତଦନ୍ତ ଆରମ୍ଭ କରିଛୁ । ତେବେ କେଉଁ କାରଣକୁ ନେଇ ସ୍ୱାମୀ ତାର ସ୍ତ୍ରୀକୁ ଏପରି ନୃଶଂସ ଭାବେ ହତ୍ୟା କଲା ତଦନ୍ତ ପରେ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking