33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସବୁ ଜନପ୍ରତିନିଧି ଓ ସବୁ ସରକାରୀ କର୍ମଚାରୀ ଦେବେ ସଂପତ୍ତି ତାଲିକା

ସବୁ ଜନପ୍ରତିନିଧି ଓ ସବୁ ସରକାରୀ କର୍ମଚାରୀ ଦେବେ ସଂପତ୍ତି ତାଲିକା

ଭୁବନେଶ୍ୱର: ଏଣିକି ସବୁ ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ଙ୍କୁ ପ୍ରତିବର୍ଷ ସଂପତ୍ତି ତାଲିକା ଦାଖଲ କରିବାକୁ ହେବ । ସମସ୍ତେ ଲୋକାୟୁକ୍ତଙ୍କୁ ସଂପତ୍ତି ତାଲିକା ଦେବେ । ଏହି ସଂପତ୍ତି ତାଲିକା ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ । ସର୍ବସାଧାରଣ ଜାଣିଲା ଭଳି ସରକାରୀ ପବ୍ଲିକ ଡୋମେନରେ ରଖାଯିବ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦଳର ରାଜ୍ୟ ପରିଷଦ ବୈଠକରେ ଦୁର୍ନୀତି ବିରୋଧୀ ଆହ୍ୱାନ ଦେଇ ନବୀନ କହିଛନ୍ତି, ଦୁର୍ନୀତି ହେଉଛି ବିକାଶର ସବୁଠୁ ବଡ ଶତ୍ରୁ ଏବଂ ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ଦୁର୍ନୀତିମୁକ୍ତ ରହିବାକୁ ହେବ । ଲୋକଙ୍କ ମୁହଁରେ ହସ ଓ ବିଶ୍ୱାସ ଜନ୍ମାଇବା ହେଉଛି ରାଜନୀତିର ମୂଳମନ୍ତ୍ର । ଦୁର୍ନୀତି ବିରୋଧି ଲଢେଇରେ ଓଡିଶା ଆଗରେ । ଏଣୁ ଲୋକଙ୍କ ବିଶ୍ୱାସ ବଢାଇବା ପାଇଁ ସପରଂଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସବୁ ଜନପ୍ରତିନିଧି ପ୍ରତିବର୍ଷ ସଂପତ୍ତି ତାଲିକା ଦେବେ । ଏପରିକି ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ସବୁ ସରକାରୀ କର୍ମଚାରୀ ପ୍ରତିବର୍ଷ ସଂପତ୍ତି ତାଲିକା ଦେବେ । ଲୋକାୟୁକ୍ତଙ୍କୁ ପ୍ରତିବର୍ଷ ସରକାରୀ କର୍ମଚାରୀ ସେମାନଙ୍କ ସଂପତି ତାଲିକା ପ୍ରଦାନ କରିବେ । ସ୍ୱଚ୍ଛତା ଉପରେ ଗୁରୁତ୍ୱ ନଦେଲେ ସବୁ ଉଦ୍ୟମ ବ୍ୟର୍ଥ ହୋଇଯିବ । ବର୍ଷକ ମଧ୍ୟରେ ୯୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ପେ୍‌ନସନ ମଧ୍ୟ ବନ୍ଦ ହୋଇଛି । ଦୁର୍ନିତୀ କରୁଥିବା କର୍ମଚାରୀ ଯେତେ ଉଚ୍ଚ ପଦରେ ଥାନ୍ତୁ ନାଁ କାହିଁକି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଓଡିଶାର ଏହି ପଦକ୍ଷେପ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking