28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଏବେ ଆଉ ଚାଲିବନି ଚୀନ ଚାଲାକି, ଆଇଟିବିପି କହିଲା ଚକମା ଦେଇପାରିବନି ଡ୍ରାଗନ୍‌

ଏବେ ଆଉ ଚାଲିବନି ଚୀନ ଚାଲାକି, ଆଇଟିବିପି କହିଲା ଚକମା ଦେଇପାରିବନି ଡ୍ରାଗନ୍‌

ନୂଆଦିଲ୍ଲୀ: ପୂର୍ବ ଲାଦାଖରେ ପିପୁଲ୍ସ ଲିବରେସନ ଆର୍ମୀଙ୍କ ସହ ରକ୍ତାକ୍ତ ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ବିବାଦ ଚରମ ସୀମାରେ ପହଂଚିଛି । ଗତ କିଛି ମାସ ଧରି ଦୁଇ ଦେଶର ସେନାଙ୍କ ମଧ୍ୟରେ ଏଲଏସିରେ ଗତିରୋଧ ଜାରି ରହିଛି । ଏହାରି ମଧ୍ୟରେ ଶନିବାର ଅରୁଣାଚଳପ୍ରଦେଶର ସମ୍ବେଦନଶୀଳ ତ୍ୱାଙ୍ଗ ସେକ୍ଟରରେ ଆଇଟିବିପି କହିଛି ଯେ, ଏଲଏସିରେ ଯବାନମାନେ ହାଇଆଲର୍ଟରେ ରହିଛନ୍ତି ଏବଂ ଚୀନ ଏହି ସେକ୍ଟରରେ ଭାରତକୁ ଚକମା ଦେଇପାରିବନି । ଏଲଏସି ନିକଟରେ ଆଇଟିବିପି ପୁରାମାତ୍ରାରେ ପ୍ରସ୍ତୁତ ହୋଇ ରହିଛି । ଏହାସହ ଇନଫ୍ରାଷ୍ଟ୍ରକଚରକୁ ମଧ୍ୟ ଉତ୍ତମ କରାଯାଇଛି । ଆଇଟିବିପିର ୫୫ ତମ ବାଟାଲିୟନର କମାଣ୍ଡର ଆଇବି ଝା କହିଛନ୍ତି, ‘ଯେବେ ପରିସ୍ଥିତି ଏମିତି ହୁଏ, ସେହି ସମୟରେ ଆମକୁ ହାଇ ଆଲର୍ଟରେ ରହିବାକୁ ପଡେ । ଯେମିତି ଏଭଳି ଘଟଣା ପୁନର୍ବାର ନହେଉ । ବର୍ତମାନ ଏଠାରେ ଥଣ୍ଡା ଅଧିକ ରହିଛି । ଯାହାଦ୍ୱାରା ଏହା ଆହୁରି ମୁସ୍କିଲ ହେଉଛି । ହେଲେ ଆମ ଯବାନମାନେ ପ୍ରତି ସମୟରେ ସୀମା ଉପରେ ନଜର ରଖିଛନ୍ତି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking