28.1 C
Bhubaneswar
Saturday, April 27, 2024
Homeଓଡିଶାସ୍ଵତନ୍ତ୍ର ସଚିବ ଅଜୟ ଦାସ ଗିରଫ

ସ୍ଵତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ଵର: ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ହୋଇଛନ୍ତି । ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହାସହ ତାଙ୍କର ଅମାପ ସମ୍ପତ୍ତିର ଖୋଳତାଡ଼ ମଧ୍ୟ ଚାଲଛି । ଏବେ ସୁଦ୍ଧା ୩ କୋଟି ଟଙ୍କାର ସମ୍ପତ୍ତି ମିଳିଥିବା ସୂଚନା ମିଳିଛି ।  ଜବତ ହୋଇଥିବା ସମ୍ପତ୍ତିର ସେ ସଠିକ ସୂଚନା ଦେଇପାରୁ ନାହାନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼, ପଟିଆ, ନୂଆଗାଁ , ବାଲେଶ୍ୱର ସ୍ଥିତ ଘରେ ଭିଡଜିଲାନ୍ସ ରେଡ଼ ପକେଇଥିଲା । ଖାଲି ଏତିକି ନୁହେଁ ଭୁବନେଶ୍ୱରରୁ ୨ଟି ଓ ପୁରୀରୁ ଗୋଟିଏ ଫ୍ଲାଟ ମଧ୍ୟ ଠାବ କରିିଥିଲା ଭିଜିଲାନ୍ସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking