40.1 C
Bhubaneswar
Thursday, April 25, 2024
Homeଅପରାଧଯୌତୁକ ନିର୍ଯାତନା ଅଭିଯୋଗ : ନ୍ୟାୟ ପାଇଁ ରାଜରାସ୍ତାରେ ବାପା-ମା'ଙ୍କ ସହ ଶୋଇଲେ ମହିଳା

ଯୌତୁକ ନିର୍ଯାତନା ଅଭିଯୋଗ : ନ୍ୟାୟ ପାଇଁ ରାଜରାସ୍ତାରେ ବାପା-ମା'ଙ୍କ ସହ ଶୋଇଲେ ମହିଳା

ଭଦ୍ରକ : ଯୌତୁକ ନିର୍ଯାତନା ଦେଇ ଶାଶୂଘର ଲୋକେ ମାଡ଼ମାରି ଘରୁ ବାହାର କରିଦେବା ଅଭିଯୋଗ କରି ନ୍ୟାୟ ପାଇଁ ଜଣେ ମହିଳା ନିଜ ବାପା-ମାଆଙ୍କ ସହ ରାଜରାସ୍ତା ଉପରେ ଶୋଇ ରହିବା ଘଟଣା ତିହିଡ଼ି ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ତିହିଡ଼ି ଥାନା ଅଧୀନ ମଙ୍ଗଳପୁର ପଞ୍ଚାୟତ କମାରିଆ ଗ୍ରାମର ନିରାକାର ସାହୁଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ସୁଜାତା ସେହି ଗ୍ରାମର ଶଚିନ ଗିରିଙ୍କ ପୁଅ ରଞ୍ଜିତଙ୍କୁ ୮ ବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ଯୌତୁକ ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ଆଦି ଦିଆଯାଇଥିଲା । ତେବେ ପ୍ରଥମ ଦୁଇବର୍ଷ ସବୁକିଛି ଭଲରେ ଯିବା ପରେ ଶଶୁର ଘର ତରଫରୁ ସୁଜାତା ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା । ତାଙ୍କୁ ଶଶୁର, ଶାଶୂ ଓ ସ୍ୱାମୀ ମାରଧର କରିବା ସହ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ । ସମୟ ସମୟରେ ଘରୁ ମଧ୍ୟ ବାହାର କରିଦିଅନ୍ତି । ଦୁଇମାସ ତଳେ ସୁଜାତାଙ୍କୁ ବାହାର କରିଦେବାରୁ ସେ ବାପଘରେ ରହୁଥିଲେ । ଗତକାଲି ସୁଜାତା ନିଜ ଶଶୁର ଘରକୁ ଯାଇଥିବା ବେଳେ ତାଙ୍କୁ ସ୍ୱାମୀ, ଶାଶୂ, ଶ୍ୱଶୁର ମିଶି ନିସ୍ତୁକ ମାଡ଼ ମାରିବା ସହ ଘରୁ ବାହାର କରିଦେଇଥିଲେ । ଏଥି ସହିତ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସୁଜାତାଙ୍କ ବାପ ନିରାକାର ଏ ସମ୍ପର୍କରେ ପଚାରିବା ପାଇଁ ଝିଅ ଘରକୁ ଯାଇଥିଲେ । ସୁଜାତାଙ୍କ ଶଶୁର ଘର ଲୋକ ତାଙ୍କୁ ବୋତଲ ଫିଙ୍ଗି ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ପରେ ସୁଜାତା, ତାଙ୍କ ବାପା ନିରକାର ଓ ମା\’ ନ୍ୟାୟ ପାଇଁ କମାରିଆ ବଜାରସ୍ଥିତ ତାଙ୍କ ଶଶୁର ଘର ସାମ୍ନାରେ ଯାଇଥିବା ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଶୋଇ ପ୍ରତିବାଦ କରିଥିଲେ । ଫଳରେ ଅଧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଏ ସମ୍ପର୍କରେ ଖବର ପାଇ ତିହିଡ଼ି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ôଚ ସେମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲା । ପରେ ପୁଲିସ ସୁଜାତାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅପରପକ୍ଷେ ପୁଲିସ ସୁଜାତାଙ୍କ ଶାଶୁ ଓ ସ୍ୱାମୀଙ୍କୁ ମଧ୍ୟ ଥାନାକୁ ଆଣି ପଚରା ଉଚୁରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking