30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବାୟୁସେନାର ନୂଆ ମୁଖ୍ୟ ଭି.ଆର ଚୌଧୁରୀ

ବାୟୁସେନାର ନୂଆ ମୁଖ୍ୟ ଭି.ଆର ଚୌଧୁରୀ

ନୂଆଦିଲ୍ଲୀ: ଭାରତ ସରକାର ଏୟାର ମାର୍ଶଲ ଭି.ଆର ଚୌଧୁରୀଙ୍କୁ ବାୟୁସେନାର ନୂଆ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ବାୟୁସେନା ମୁଖ୍ୟ ଥିବା ଏୟାର ଚିଫ ମାର୍ଶଲ ଆ.କେ.ଏସ. ଭଦୌରିଆ ଚଳିତ ମାସ ୩୦ ତାରିଖରେ ଅବସର ନେଉଛନ୍ତି । ତେଣୁ ତାଙ୍କ ସ୍ଥାନରେ ଚୌଧୁରୀ ଅକ୍ଟୋବର ପହିଲାରୁ ନୂତନ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଚୌଧୁରୀଙ୍କର ୩୮ ବର୍ଷ କ୍ୟାରିୟରରେ ବିଭିନ୍ନ ଯୁଦ୍ଧବିମାନ ଏବଂ ପ୍ରଶିକ୍ଷକ ବିମାନ ଉଡାଇଛନ୍ତି । ମିଗ-୨୧, ମିଗ-୨୩ ଏମଏଫ, ମିଗ୨୯ ଏବଂ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ କାର୍ଯ୍ୟକ୍ଷମ ଫ୍ଲାଇଙ୍ଗ ସହିତ ତାଙ୍କର ୩୮୦୦ ଘଣ୍ଟାରୁ ଅଧିକ ଉଡ଼ାଣର ଅଭିଜ୍ଞତା ରହିଛି । ଏହା ସହ ଚୌଧୁରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking