33.1 C
Bhubaneswar
Saturday, April 27, 2024
Homeଓଡିଶାସରକାରୀ ପାଣିନାଳ ଉପରେ ଆବାସ ନିର୍ମାଣ : ତହସିଲରେ ଆମରଣ ଅନଶନ

ସରକାରୀ ପାଣିନାଳ ଉପରେ ଆବାସ ନିର୍ମାଣ : ତହସିଲରେ ଆମରଣ ଅନଶନ

ଭଦ୍ରକ : ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତ କୁରୁଦା ଗ୍ରାମରେ ଏକ ସରକାରୀ ପାଣିନାଳ ଉପରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛଇ । ଏହାର ପ୍ରତିବାଦରେ ଗ୍ରାମାବସୀ ତହସିଲ ପରିସରରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ନାଳକୁ ଅବରୋଧ କରାଯିବା ଫଳରେ ପାଣି ଜମି ରହି ଏକ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି ଓ ଗ୍ରାମାବସୀ ଅସୁବିଧାରେ ସମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଗାଁଲୋକେ ଅଭିଯୋଗ କରିଛନ୍ତି ଯେ ଗ୍ରାମର ଉପେନ୍ଦ୍ର ସ୍ୱାଇଁ ଓ ସନାତନ ସ୍ୱାଇଁ ୫ବର୍ଷ ପୂର୍ବରୁ ଏହି ସରକାରୀ ପାଣି ନାଳ ଉପରେ ଏକ ପକା ଘର ନିର୍ମାଣ କରି ଆଜବେଷ୍ଟସ୍ ଛାତ ପକାଇଥିଲେ । ସମ୍ପ୍ରତି ଉକ୍ତ ଆଜବେଷ୍ଟସ ବାହାର କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ୩କିସ୍ତି ୯୦ହଜାର ଟଙ୍କା ଉଠାଇ ନେଇଛନ୍ତି । ଏ ସମ୍ପର୍କରେ ବିଡିଓଙ୍କ ସମେତ ବିଭାଗୀୟ ପଦାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି ଶୁଣୁନଥିବାରୁ ପ୍ରତିବାଦରେ ଗ୍ରାମାବସୀ ତହସିଲ ପରିସରରେ ଆମରଣ ଅନଶନରେ ବସିଥିଲେ । ଭାରପ୍ରାପ୍ତ ତହସିଲଦାର ରାଧାକାନ୍ତ ବାରିକଙ୍କ କହିବା ଅନୁସାରେ ଆସନ୍ତା ୨୦ତାରିଖ ଉକ୍ତ ବିବାଦୀୟ ଜମିକୁ ମାପ କରିବା ପାଇଁ ଥାନା ଅଧିକାରୀଙ୍କୁ ଚିଠି କରିଛନ୍ତି । ଉକ୍ତ ଜମି ସରକାରୀ ଜମି ବୋଲି ଚିହ୍ନଟ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଖବର ଲେଖାହେବା ବେଳକୁ ଅନଶନ ଚାଲୁ ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking