33.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶକାବୁଲରେ ଶୁଭିଲା ପାକିସ୍ତାନ ମୁର୍ଦ୍ଦାବାଦ ନାରା

କାବୁଲରେ ଶୁଭିଲା ପାକିସ୍ତାନ ମୁର୍ଦ୍ଦାବାଦ ନାରା

କାବୁଲ : ପଞ୍ଜଶିରରେ ତାଲିବାନକୁ ସାହାଯ୍ୟ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି । ପଞ୍ଜଶିରରେ ପାକିସ୍ତାନ ବାୟୁ ସେନା ଅହମ୍ମଦ ମାସୁଦ୍ ଓ ନର୍ଦ୍ଦନ ଆଲାଏନ୍ସର ସେନା ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନର୍ଦ୍ଦନ ଆଲାଏନ୍ସ ବିରୋଧରେ ପାକିସ୍ତାନୀ ବାୟୁସେନା ଦ୍ୱାରା ହୋଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ଆରମ୍ଭ ହୋଇଛି । ସୋମବାର ରାତିରେ କାବୁଲରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଆଫଗାନିସ୍ତାନ ମହିଳାମାନେ ଆଇଏସଆଇ ମୁଖ୍ୟ ଏବଂ ପାକିସ୍ତାନ ବିରୋଧରେ ନାରାବାଜି କରିଛନ୍ତି । ବିକ୍ଷୋଭକାରୀମାନେ ପାକିସ୍ତାନ ମୁର୍ଦ୍ଦାବାଦର ସ୍ଲୋଗାନ ଦେବା ସହ ଆଇଏସଆଇ ମୁଖ୍ୟ ଫୈଜ୍ ହେମିଦ ସ୍ୱଦେଶ ଫେରନ୍ତୁ ବୋଲି ଦାବି କରିଛନ୍ତି । ଆଫଗାନିସ୍ତାନର ଅନେକ ଅଞ୍ଚଳରେ ପୂର୍ବରୁ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କିନ୍ତୁ ପ୍ରଥମ ଥର କାବୁଲରେ ଗୁଞ୍ଜରିତ ହେଉଛି ପାକ୍ ବିରୋଧୀ ନାରା । ରାତିରେ ମହିଳାମାନେ ରାସ୍ତାକୁ ଲହ୍ଲାଇବା ସହ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଗତକାଲି ଇରାନ ମଧ୍ୟ ପଞ୍ଜଶିରରେ ପାକିସ୍ତାନୀ ବାୟୁସେନା ଆକ୍ରମଣକୁ ବିରୋଧ କରିଥିଲା ଏବଂ ଆଫଗାନିସ୍ତାନରେ ବାହ୍ୟ ଦେଶର ହସ୍ତକ୍ଷେପକୁ ନିନ୍ଦା କରିଥିଲା । ତାଲିବାନଙ୍କୁ ସମର୍ଥନ ପଞ୍ଜଶିରରେ ପାକିସ୍ତାନ ବାୟୁ ସେନାର ଆକ୍ରମଣକୁ କଡ଼ା ନିନ୍ଦା କରିଛି ଇରାନ । ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ କରିବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଛି । ଆଫଗାନରେ ଯାହା ହେଉଛି ତାକୁ ପାକିସ୍ତାନ ଭର୍ଚୁଆଲରେ କରାଉଛି ବୋଲି ଇରାନ କହିଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଇରାନ ଖୋଲାଖୋଲି ତାଲିବାନ୍ ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ ମୁହଁ ଖୋଲିଛି । ସେପଟେ ପଞ୍ଜଶିରରେ ଶେଷ ହୋଇନି ଯୁଦ୍ଧ । ପଞ୍ଜଶିର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି । ତାଲିବାନୀଙ୍କ ଠିକଣାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking