28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୁଣି ଗ୍ୟାସ୍ ଲିକ୍‌, ଘର ଦ୍ୱାର ଛାଡ଼ି ରାସ୍ତାକୁ ଓହ୍ଲାଇ ଆସିଲେ ଲୋକେ

ପୁଣି ଗ୍ୟାସ୍ ଲିକ୍‌, ଘର ଦ୍ୱାର ଛାଡ଼ି ରାସ୍ତାକୁ ଓହ୍ଲାଇ ଆସିଲେ ଲୋକେ

ବିଶାଖାପାଟଣା : ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ଥିବା ଏଲଜି ପଲିମରସ୍ ପ୍ଲାଣ୍ଟରୁ ପୁଣି ଥରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଗତକାଲି ଏହି ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍ ହେବାରୁ ୧୦ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨୦୦ରୁ ଅଧିକ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଏହି ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଂଚଳର ଲୋକଙ୍କୁ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସେମାନେ ସୁସ୍ଥ ହୋଇ ଘରକୁ ଫେରିବା ବେଳକୁ ପୁଣି ଥରେ ଗ୍ୟାସ୍ ଲିକ୍ ହୋଇଛି ।
ସ୍ଥିତିକୁ ଦେଖି ଲୋକଙ୍କୁ ଦୁଇ ତିନି ଦିନ ପାଇଁ ନିଜ ଘରକୁ ଫେରିବା ପାଇଁ ବାରଣ କରାଯାଇଛି । ପୁଣେରେ ଏନ୍‌ଡିଆର୍‌ଏଫ୍ ଟିମ୍ ଘଟଣାସ୍ଥଳରେ ପହଂଚି ସ୍ଥିତି ଉପରେ ନଜର ରଖିବା ସହ ଲିକ୍ ପୁଣି କେମିତି ହେଲା ତା’ର ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/05/07/gas-leak-at-visakhapattnam-chemical-plant-8-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking