26.1 C
Bhubaneswar
Tuesday, May 7, 2024
Homeଅପରାଧସ୍ୱାମୀ-ସ୍ତ୍ରୀ ଝଗଡାରେ ବଳି ପଡିଲା ଝିଅ

ସ୍ୱାମୀ-ସ୍ତ୍ରୀ ଝଗଡାରେ ବଳି ପଡିଲା ଝିଅ

ନୂଆଦିଲ୍ଲୀ : ସ୍ୱାମୀ-ସ୍ତ୍ରୀ ଝଗଡାରେ ବଳି ପଡିଲା ଝିଅ । ଝିଅକୁ ତଣ୍ଟି ଚିପି ହତ୍ୟା କଲା ମା’ । ଦିଲ୍ଲୀର ସାଲିମାର ବାଘ୍‌ରୁ ଏହି ଚାଞ୍ଚଲ୍ୟ ଘଟଣା ସାମ୍ନାକୁ ଆସିଛି । କୌଣସି ଏକ କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଇଥିଲା ଯାହା ପରେ ମହିଳା ଜଣକ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, କାରପେଣ୍ଟ ଭାବେ କାର୍ଯ୍ୟରତ ସଞ୍ଜିତ ଓ ତାଙ୍କ ସ୍ତ୍ରୀ ଅଞ୍ଜଲୀ ଦେବୀ ଦୀର୍ଘଦିନ ଧରି ଦିଲ୍ଲୀର ହାଇଦରପୁରର ୮ ନଂ ଗଳିରେ ଏକ ଭଡା ଘରେ ରହିଆସୁଥିଲେ । କୌଣସି ଏକ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଫଳରେ ମହିଳା ଜଣକ କ୍ରୋଧରେ ନିଜ ଝିଅର ଗଳା ଚିପି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ସାଲିମାର ବାଘ୍ ପୋଲିସ ପହଞ୍ଚି ମୃତଦେହ ଜବତ କରିବାସହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରିଛି। ତେବେ ପୋଲିସ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ପାଇଁ ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking