34.1 C
Bhubaneswar
Saturday, April 27, 2024
Homeଖେଳଆଦମ୍ ଜାମ୍ପା ଆଇପିଏଲ୍‌ରୁ ବାଦ୍‌

ଆଦମ୍ ଜାମ୍ପା ଆଇପିଏଲ୍‌ରୁ ବାଦ୍‌

ଜୟପୁର: ଆଇପିଏଲ୍ ୨୦୨୪ ଆରମ୍ଭ ହେବାରେ ଆଉ କିଛି ଘଣ୍ଟା ବାକିଥିବାବେଳେ ଫ୍ୟାନ୍‌ଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି । ଏମ୍‌ଏସ୍ ଧୋନି ଚେନ୍ନାଇ ସୁପର୍ କିଙ୍ଗ୍‌ସ ନେତୃତ୍ୱ ଛାଡ଼ିବା ପରେ ଏବେ ଆଦମ୍ ଜାମ୍ପାଙ୍କ ରୂପରେ ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟ୍‌କା ଲାଗିଛି । ଟିମ୍‌ର ଷ୍ଟାର୍ ସ୍ପିନର୍ ବ୍ୟକ୍ତିିଗତ କାରଣରୁ ଆଇପିଏଲ୍ ୨୦୨୪ରୁ ଓହରିଯାଇଛନ୍ତି । ମିନି ଅକ୍ସନ୍ ପୂର୍ବରୁ ରାଜସ୍ଥାନ ଜାମ୍ପାଙ୍କୁ ଟିମ୍‌ରେ ରିଟେନ୍ କରିଥିଲା । ଜାମ୍ପା ଗତ ସିଜନ୍‌ରେ ୬ଟି ମ୍ୟାଚ୍ ଖେଳି ୮ଟି ୱିକେଟ୍ ନେଇଥିଲେ । ଚେନ୍ନାଇ ବିପକ୍ଷରେ ସେ ୩ଟି ୱିକେଟ୍ ନେଇ ଟିମ୍‌ର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking