40.1 C
Bhubaneswar
Saturday, April 27, 2024
Homeଖେଳଆଇପିଏଲ୍ ଉପରେ ପଡ଼ିବନି ବେଙ୍ଗାଲୁରୁ ଜଳ ସଂକଟର ପ୍ରଭାବ

ଆଇପିଏଲ୍ ଉପରେ ପଡ଼ିବନି ବେଙ୍ଗାଲୁରୁ ଜଳ ସଂକଟର ପ୍ରଭାବ

ବେଙ୍ଗାଲୁର: ବେଙ୍ଗାଲୁରୁରେ ଜଳ ସଂକଟର ପ୍ରଭାବ ଆଇପିଏଲ୍ ମ୍ୟାଚ୍ ଉପରେ ପଡ଼ିବ ନାହିଁ ବୋଲି ମଙ୍ଗଳବାର କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସ୍‌ସିଏ) ପକ୍ଷରୁ କୁହାଯାଇଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ର ସିୱେଜ୍ ପ୍ଲାଣ୍ଟ୍ ପାଣି ପଡ଼ିଆର ଆଉଟ୍‌ଫିଲ୍ଡ ଓ ପିଚ୍ ପାଇଁ ଉପଯୋଗ କରାଯିବ । ବେଙ୍ଗାଲୁରୁ ଜଳ ଯୋଗାଣ ଓ ସିୱେଜ୍ ବୋର୍ଡ (ବିଡବ୍ଲ୍ୟୁଏସ୍‌ଏସ୍‌ବି) କେଏସ୍‌ସିଏ ମ୍ୟାନେଜମେଣ୍ଟ ବୋର୍ଡର ଅନୁରୋଧକ୍ରମେ ଏହି ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଜଳସଂକଟକୁ ନେଇ ଚିନ୍ତାବ୍ୟକ୍ତ କରିଥିଲା । ସୂଚନାଯୋଗ୍ୟ ଦେଶର ଆଇଟି ହବ୍ ଭାବେ ବେଙ୍ଗାଲୁରୁର ୪୦ ପ୍ରତିଶତ ବୋର୍‌ୱେଲ୍ ଶୁଖିଯାଇଥିବା ବେଳେ ଭୂତଳ ଜଳସ୍ତର ୧୮୦୦ ଫୁଟ ତଳକୁ ଚାଲିଯାଇଛି । କର୍ଣ୍ଣାଟକ ସରକାର ୨୪୦ ତାଲୁକରୁ ୨୨୩କୁ ମରୁଡ଼ି ଘୋଷିତ କରିଛନ୍ତି । ଏହା ମଧ୍ୟରୁ ୧୯୬କୁ ଗମ୍ଭୀର ମରୁଡ଼ି ପ୍ରଭାବିତ ଅଞ୍ଚଳ ଘୋଷଣା କରାଯାଇଛି । ପାଣିର ବରବାଦ ଯେପରି ନହୁଏ ସେଥିପାଇଁ ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା ଏବଂ ବେଙ୍ଗାଲୁରୁ ଜଳ ଯୋଗାଣ ଓ ସିୱେଜ୍ ବୋର୍ଡ ସମସ୍ତ ଉଦ୍ୟମ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking