42.1 C
Bhubaneswar
Saturday, April 27, 2024
Homeଖେଳଆଇପିଏଲ୍ ପୂର୍ବରୁ ରାମ ମନ୍ଦିରେ ଏଲ୍‌ଏସ୍‌ଜି ଟିମ୍

ଆଇପିଏଲ୍ ପୂର୍ବରୁ ରାମ ମନ୍ଦିରେ ଏଲ୍‌ଏସ୍‌ଜି ଟିମ୍

ଲକ୍ଷ୍ନୌ: ଆଇପିଏଲ୍ ୨୦୨୪ ପୂର୍ବରୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ଟିମ୍‌ର ଖେଳାଳି ଗୁରୁବାର ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେଠାରେ ରାମଲଲାଙ୍କ ଦର୍ଶନ କରିବା ସହିତ ମନ୍ଦିରରେ ୪୫ ମିନିଟ୍ ରହିଥିଲେ । ଏହି ଅବସରରେ ପୂଜାର୍ଚ୍ଚନା କରିବା ସହିତ ଫଟୋ ଉଠାଇଥିଲେ । ଟିମ୍‌ର ମୁଖ୍ୟ କୋଚ୍ ଜଷ୍ଟିନ୍ ଲାଙ୍ଗର ମନ୍ଦିରରେ କିଛି ସମୟ ଧ୍ୟାନ ମଧ୍ୟ କରିଥିଲେ । ଟିମ୍ ତିନିଦିନ ପରେ (ମାର୍ଚ୍ଚ ୨୪) ଜୟପୁରରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଏଲ୍‌ଏସ୍‌ଜି ଖେଳାଳିମାନେ ଲକ୍ଷ୍ନୌର ତାଜ୍ ହୋଟେଲ୍‌ରୁ ଗୁରୁବାର ସକାଳ ୮ଟା ବେଳେ ବସ୍ ଯେ।।ଗେ ଯାଇ ୧୦ଟା ୪୫ ମିନିଟ୍‌ରେ ଅଯୋଧ୍ୟାରେ ପହଞ୍ଚିଥିଲେ । ସେଠାରେ ରାମଲଲାଙ୍କ ପୂଜାରୀ ସନ୍ତୋଷ ଦାସ ସମସ୍ତ ଖେଳାଳିଙ୍କୁ ତିଳକ ଲଗାଇ ସ୍ୱାଗତ କରିଥିଲେ । ଏହାପରେ ଖେଳାଳିମାନେ ରାମଲଲାଙ୍କ ଦରବାରରେ ହାଜର ହୋଇଥିଲେ । ଏହି ଅବସରରେ କୋଚ୍ ଜଷ୍ଟିନ୍ ଲାଙ୍ଗର କହିଛନ୍ତି- ଅଯୋଧ୍ୟାକୁ ଏହି ଆଧ୍ୟାତ୍ମିକ ଯାତ୍ରା କରି ଟିମ୍ ବହୁ ଉତ୍ସାହିତ । ରାମଲଲାଙ୍କଠାରୁ ଯେଉଁ ଆଶୀର୍ବାଦ ଏବଂ ସକାରାତ୍ମକ ଶକ୍ତି ମିଳିଛି, ତାହା ଖେଳାଳିଙ୍କୁ ଆଗାମୀ ସିଜନ୍‌ରେ ସଫଳତା ଆଡ଼କୁ ନେଇଯିବ । ଦର୍ଶନ ପରେ ସାଉଥ୍ ଆଫ୍ରିକା ସ୍ପିନର୍ କେଶବ ମହାରାଜ କହିଛନ୍ତି, ‘ରାମ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ହିଁ ଅପାର ଶକ୍ତିର ଅନୁଭବ ହୋଇଛି । ଭାଗବାନ ରାମଙ୍କ ଭକ୍ତ ହୋଇଥିବାରୁ ତାଙ୍କ ଜନ୍ମସ୍ଥାନକୁ ଆସିବା ଏବଂ ଭଗବାନଙ୍କ ଆଶୀର୍ବାଦ ନେତା ସୌଭାଗ୍ୟର ବିଷୟ । ଏଥିପାଇଁ ମୁଁ ନିଜକୁ ବହୁ ଭାଗ୍ୟଶାଳୀ ଭାବୁଛି ।’ ସୂଚନାଯୋଗ୍ୟ, ମହାରାଜ ଭଗବାନ ରାମ ଏବଂ ହନୁମାନଙ୍କ ଜଣେ ବଡ଼ ଭକ୍ତ । କେପ୍‌ଟାଉନ୍ ଟେଷ୍ଟ୍ ବେଳେ ସେ ଯେତେବେଳେ ଷ୍ଟ୍ରାଇକ୍‌କୁ ଆସୁଥିଲେ ସେତେବେଳେ ସେତେବେଳେ ଷ୍ଟାଡିୟମ୍‌ରେ ‘ରାମ ସିୟା ରାମ’ ଧୂନ୍ ବାଜୁଥିଲା । ଏହି ଅବସରରେ ଭାରତୀୟ ଷ୍ଟାର୍ ବ୍ୟାଯର୍ ବିରାଯ କୋହଲି ହାତଯୋଡ଼ି ଛିଡ଼ା ହେଉଥିବା ଦେଖିବାକୁ ମିଳିଥିଲା । ମହାରାଜ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରଶଂସା କରି ଏକ ଭିଡିଓ ବାର୍ତ୍ତା ଜରିଆରେ ସାଉଥ୍ ଆଫ୍ରିକାରେ ବସବାସ କରୁଥିବା ଭାରତୀୟ ସମାଜ ପକ୍ଷରୁ ଶୁଭକାମନା ଜଣାଇଥିଲେ । ଏଥିରେ ସେ ଆଶାବ୍ୟକ୍ତ କରିଥିଲେ ଯେ ଏହା ସାରା ମାନବତା ପାଇଁ ଶାନ୍ତି ଓ ସଦ୍‌ଭାବ ଆଣିବ । ମହାରାଜଙ୍କ ପରିବାରର ସମ୍ବନ୍ଧ ମୂଳ ରୂପେ ଉତ୍ତର ପ୍ରଦେଶ ସହିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking