40.1 C
Bhubaneswar
Saturday, April 27, 2024
Homeଅପରାଧପରକୀୟା ପ୍ରୀତି ସନ୍ଦେହରେ ଛୁରୀ ମାରିଲା ସ୍ୱାମୀ

ପରକୀୟା ପ୍ରୀତି ସନ୍ଦେହରେ ଛୁରୀ ମାରିଲା ସ୍ୱାମୀ

ବୈଶିଙ୍ଗା: ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଛୁରୀ ମାରିଲା ସ୍ୱାମୀ । ଏହି ଘଟଣା ବୈଶିଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛି । ପ୍ରାପ୍ତ ସୂଚନା ମୁତାବକ ଯୁଗଳ ଗ୍ରାମର ଟୁନା ବେହେରା ୨୧ବର୍ଷ ହେବ ଜାମପଦା ଗ୍ରାମର ଅଜୟ ଦଳେଇଙ୍କର ଝିଅ ମମତାକୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁଅ ଗୋଟିଏ ଝିଅ ଅଛନ୍ତି । ତଥାପି ସ୍ତ୍ରୀର ଚରିତ୍ରକୁ ସନ୍ଦେହ ଚକ୍ଷୁରେ ଦେଖି ଆସୁଥିଲେ । ଏହି ପରକୀୟା ପ୍ରୀତିକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ୱାର ଝଗଡ଼ା ହେଉଥିଲା ଏବଂ ଗ୍ରାମର ମୁଖିଆମାନଙ୍କ ଦ୍ୱାରା ସମାଧାନ ହେଉଥିଲା । ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହିତ ଘର ପଛପଟେ କଥା ହେଉଥିବା ଦେଖି ସ୍ୱାମୀ ଟୁନା ଏପରି ନକରିବାକୁ ସ୍ତ୍ରୀ ମମତାକୁ ବାରମ୍ବାର ବାରଣ କରିଆସୁଥିଲା । ଏନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ି ଚାଲିିଥିଲା । ଫଳରେ ମମତା ୩ମାସ ହେବ ବାପଘରେ ରହୁଥିଲେ ମଧ୍ୟ ପ୍ରତ୍ୟହ ଦିନ ଯୁଗଳ ଗ୍ରାମକୁ ମେସିନ୍‌ରେ ଦୋନା ପିଟିବାକୁ ଆସୁଥିଲେ । ଗୁରୁବାର ସକାଳ ସମୟରେ ଯୁଗଳ ଗ୍ରାମକୁ ଆସିଥିବାବେଳେ ସ୍ୱାମୀ ଟୁନା ସହିତ ଯୁଗଳ ଛକରେ ତାଙ୍କର ଦେଖା ହୋଇଥିଲା । କୌଣସି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଟୁନା ପାଖରେ ରଖିଥିବା ଏକ ଧାରୁଆ ଛୁରୀରେ ମମତାକୁ ମରଣାନ୍ତକ ଆକ୍ରମଣ କରିଥିଲା । ଏଥିରେ ମମତାଙ୍କର ବେକ , ପେଟ ଓ ଦୁଇ ହାତରେ କ୍ଷତାକ୍ତ ହୋଇଥିଲା । ସ୍ଥାନୀୟ ଲୋକ ମିଶି ଟୁନାକୁ କାବୁକରିବା ସହିତ ଗୁରୁତର ଥିବା ମମତାଙ୍କୁ ପାଖ ଯୁଗଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ଏନେଇ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁକରି ପୁଲିସ ଟୁନାକୁ ଗିରଫ କରିଥିବାବେଳେ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking