42.1 C
Bhubaneswar
Saturday, April 27, 2024
Homeଖେଳଫିଫା ବିଶ୍ୱକପ୍ କ୍ୱାଲିଫାୟର୍ ୨୦୨୬; ଆଜି ଆଫଗାନସ୍ତାନକୁ ଭେଟିବ ଭାରତ

ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ ୨୦୨୬; ଆଜି ଆଫଗାନସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ : ଫିଫା ବିଶ୍ୱକପ୍ ୨୦୨୬ ପାଇଁ ଚାଲିଥିବା କ୍ୱାଲିଫାୟର୍‌ରେ ଆସନ୍ତାକାଲି ଭାରତର ମୁକାବିଲା ଆଫଗାନିସ୍ତାନ ସହ ହେବ । ଏହି ମ୍ୟାଚ୍ ଆସନ୍ତାକାଲି ରାତି ସାଢ଼େ ୧୨ଟା ସମୟରେ ସାଉଦି ଆରବର ଡମକ୍ ଷ୍ଟାଡିୟମ୍‌ରେ ଖେଳାଯିବ । ଯଦି ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୁଏ ତେବେ ଗୁରୁତ୍ୱପୂର୍ଣ୍ଣ ତିନି ପଏଣ୍ଟ୍ ହାସଲ କରି ତୃତୀୟ ରାଉଣ୍ଡ୍‌ରେ ସ୍ଥାନ ହାସଲର ନିକଟତର ହେବ । ସୂଚନାଯୋଗ୍ୟ, ଭାରତ ଫିଫା ବିଶ୍ୱକପ୍ କ୍ୱାଲିଫାୟର୍‌ର ତୃତୀୟ ରାଉଣ୍ଡ୍‌ରେ କେବେ ବି ପହଞ୍ଚିବାରେ ସଫଳ ହୋଇନାହିଁ । ଭାରତୀୟ ଫୁଟ୍‌ବଲ୍ ଟିମ୍ ୧୯୮୫ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ କ୍ୱାଲିଫାୟର୍ ଖେଳିଥିଲା । ଏହାପରେ ଟିମ୍ ଦ୍ୱିତୀୟ ରାଉଣ୍ଡ୍‌ରୁ ଆଗକୁ ଯାଇପାରି ନାହିଁ । ନିକଟରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଭଲ ନଥିଲା । ଏଏଫ୍‌ସି ଏସିଆନ୍ କପ୍ (କତର)ରେ ଟିମ୍ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା । ଗ୍ରୁପ୍‌-ବି’ରେ ଟିମ୍ ଅଷ୍ଟ୍ରେଲିଆ, ଉଜ୍‌ବେକିସ୍ତାନ ଓ ସିରିୟାଠାରୁ ପରାଜିତ ହୋଇଥିଲା । ଭାରତୀୟ ଟିମ୍ ପାଇଁ ଏକ ଖୁସି ଖବର ଯେ ଆସନ୍ତାକାଲିର ମ୍ୟାଚ୍ ପାଇଁ ଷ୍ଟାର୍ ମିଡ୍‌ଫିଲ୍ଡର୍ ଜ୍ୟାକ୍‌ସନ୍ ସିଂହଙ୍କ ଟିମ୍‌କୁ ଫେରିଛନ୍ତି । ଏହା ପୂର୍ବରୁ ଜ୍ୟାକ୍‌ସନ୍ କାନ୍ଧରେ ଆଘାତ ଲାଗିଥିବା କାରଣରୁ ଟିମ୍‌ରୁ ବାଦ୍ ପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking