29.1 C
Bhubaneswar
Friday, May 10, 2024
Homeଓଡିଶାଶିକ୍ଷା ଅଧିକାର ଅଧିନିୟମ ଅନୁସାରେ ଚଳିତବର୍ଷ  ପ୍ରାୟ ୪୩ ହଜାର ପିଲା ମାଗଣା ପାଠ ପଢ଼ିବାର...

ଶିକ୍ଷା ଅଧିକାର ଅଧିନିୟମ ଅନୁସାରେ ଚଳିତବର୍ଷ  ପ୍ରାୟ ୪୩ ହଜାର ପିଲା ମାଗଣା ପାଠ ପଢ଼ିବାର ସୁଯୋଗ ପାଇଛନ୍ତି

ଭୁବନେଶ୍ୱର: ଆମ ରାଜ୍ୟ ଓଡ଼ିଶାରେ ୨୦୧୦ ମସିହାରୁ ଶିକ୍ଷା ଅଧିକାର ଅଧିନିୟମ (ଆରଟିଇ) କାର୍ଯ୍ୟକାରୀ  ହେଉଛି । ଶିକ୍ଷା ଅଧିକାର ୨୦୦୯ ଧାରା ୧୨.୧.ସି ଆଇନ ଅନୁସାରେ ପ୍ରତ୍ୟେକ ଓଡ଼ିଆ/ଇଂରାଜୀ ମାଧ୍ୟମ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ସାମାଜିକ ଓ ଆର୍ôଥକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରବେଶ ସ୍ତରରେ ୨୫% ସ୍ଥାନ ସଂରକ୍ଷିତ ରହିଛି ଓ ସେମାନଙ୍କୁ ନିଃଶୁଷ୍ଠ ଶିକ୍ଷାଦାନ ଦିଆଯାଉଛି । ଉକ୍ତ ବେସରକାରୀ ବିଦ୍ୟାଳୟମାନଙ୍କୁ ଏଥି ନିମନ୍ତେ ସରକାରଙ୍କ ତରଫରୁ ପ୍ରତିପୂରଣ ଖର୍ଚ୍ଚ ଯୋଗାଇ ଦିଆଯାଉଛି । ବିଗତ ବର୍ଷ ସୁଦ୍ଧା ପ୍ରାୟତଃ ୪୩ ହଜାର ପିଲା ନିଃଶୁଷ୍ଠ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି ।

୨୦୨୨-୨୩ରେ ପ୍ରତ୍ୟେକ ପିଲାଙ୍କ ପାଇଁ ବାର୍ଷିକ ହାରରେ ସର୍ବାଧିକ ୨୨,୨୩୯ ଟଙ୍କା (ୟୁନିଫର୍ମ, ମଧ୍ୟାହ୍ନ ଭୋଜନ ଓ ପାଠ୍ୟପୁସ୍ତକ ବିନା) ଦିଆଯାଉଛି, ଯାହାକି ଭାରତର ସର୍ବାଧିକ ପଇସା ପଇଠ କରୁଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ । ଅଦ୍ୟାବଧି (୨୦୧୪-୧୫ଠାରୁ ୨୦୨୨-୨୩ ପର୍ଯ୍ୟନ୍ତ) ଆରଟିଇ ୧୨.୧.ସିରେ ପ୍ରାୟତଃ ୨୪,୨୯,୪୫,୨୦୪ ଟଙ୍କା ବେସରକାରୀ ବିଦ୍ୟାଳୟମାନଙ୍କୁ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଆରଟିଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଏ ଯାବତ୍ ୩୪ ହଜାର ୪୪୬ଟି ସଂରକ୍ଷିତ ସ୍ଥାନ ପାଇଁ ୨୮୦୫ ବେସରକାରୀ ବିଦ୍ୟାଳୟ ପଞ୍ଜିକରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୨୫୨ ପିଲା ଉକ୍ତ ପୋର୍ଟାଲ ମାଧ୍ୟମରେ ଆବେଦନ କରିଛନ୍ତି । ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦ୍ୱାରା ସ୍କୁଲ ଭେରିଫିକେସନ୍ ଓ ଛାତ୍ର ଆବେଦନ ପ୍ରକ୍ରିୟା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking