31.1 C
Bhubaneswar
Tuesday, April 30, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ

ସୁନ୍ଦରଗଡ଼: ପବିତ୍ର ରାମନବମୀ ଅବସରରେ ଆୟୋଜିତ ବାଇକ ଶୋଭାଯାତ୍ରାରେ ଅଘଟଣ ଘଟିଛି । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ତୁମୁଳିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ସବଡେଗା ଅଞ୍ଚଳର ବାସ୍ତବ ମାଝୀ (୧୭) ଓ ଅଭିମନ୍ୟୁ ବାଆ(୧୮) । ସୂଚନା ଅନୁସାରେ ରାମନବମୀ ଅବସରରେ ଆଜି ବାଲିଶଙ୍କରା ଠାରୁ ସବଡେଗା ଅଭିମୁଖେ ଏକ ବାଇକ୍ ଶୋଭାଯାତ୍ରା ବାହାରିଥିଲା ।

ରାଲିରେ ଥିବା ଯୁବକମାନଙ୍କ ମଧ୍ୟରୁ ବାସ୍ତବ ଓ ଅଭିମନ୍ୟୁ ତଳସରା ଥାନା ତୁମୁଲିଆ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବାଇକ୍ ଆରୋହୀମାନେ ଟ୍ରଲର ସହିତ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଛି । ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି । ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking