26.1 C
Bhubaneswar
Wednesday, May 8, 2024
Homeଓଡିଶାଟ୍ରକ୍ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଟ୍ରକ୍ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ପୋଲରେ ଏକ କାର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ଖଡ଼ିଆଳ ଥାନା ରଜାମୁଣ୍ଡା ଗ୍ରାମର ସେନାପତି ବାଗ ଓ ତାଙ୍କ ସ୍ତ୍ରୀ ସରିତା ବାଗ । ସୂଚନା ଅନୁଯାୟୀ, ସେନାପତି ଓ ସରିତା ଖଡ଼ିଆଳ ଥାନା ବଡ଼ଦୋହେଲରୁ ଏକୋଇଶିଆ ଭୋଜି ଖାଇ କାର ଯୋଗେ ଫେରୁଥିଲେ ।

୩୫୩ ନମ୍ବର ଜାତୀୟ ରାଜପଥରେ ସେମାନେ ଆସୁଥିବା ବେଳେ ବଡ଼ପୋଲ ଛକ ଠାରେ ନୂଆପଡ଼ା ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଆହତ ସେନାପତି ଓ ସରିତାଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଥିଲା ।  ସେନାପତି ଓ ସରିତାଙ୍କର ତିନୋଟି ଛୁଆ ଅଛନ୍ତି । ଦୁଇ ପୁଅ ସରୋଜ ବାଗ ଓ ରାଜବୀର ବାଗଙ୍କୁ ଯଥାକ୍ରମେ ୧୧ ଓ ୯ ବର୍ଷ ହୋଇଥିବା ବେଳେ ଝିଅ ଚଇତ୍ରା ବାଗଙ୍କୁ ୬ ବର୍ଷ ହୋଇଛି । ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ଯାଞ୍ଚ କରିଥିବା ବେଳେ ଗାଡ଼ି ଦୁଇଟିକୁ ଜବତ କରିଛି । ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking