30.1 C
Bhubaneswar
Monday, May 20, 2024
Homeଅପରାଧକାଠ ଫାଳିଆରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ୱାମୀ

କାଠ ଫାଳିଆରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ୱାମୀ

ଭୁବନେଶ୍ୱର: ନୃଶଂସ ସ୍ୱାମୀ ବର୍ବର କାଣ୍ଡ । କାଠ ଫାଳିଆରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ । ମୃତଦେହକୁ ଘରେ ଲୁଚାଇ ରଖି ୩ ରାତି କାଟିଥିଲା । ଭୁବନେଶ୍ୱରର ସାଲିଆସାହି ତାରିଣୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଦ୍ୟପାନ କରି ନିଶାଗ୍ରସ୍ତ ଅବସ୍ଥାରେ ସ୍ୱାମୀ ଗୋଲକ ବିହାରୀ ଜେନା ସ୍ତ୍ରୀ ରିନା ଜେନାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ହତ୍ୟା ପରେ ଘର ଭିତରେ ମୃତଦେହକୁ ଚାବି ପକାଇ ରଖିଥିଲା ଅଭିଯୁକ୍ତ ।

୩ ଦିନ ବିତିବା ପରେ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ବଢିଥିଲା । ଏନେଇ ଗୋଲକ ବିହାରୀକୁ ପଚାରିବାରୁ ସେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା କଥା ସ୍ୱୀକାର କରିଛି । ପରେ ପୋଲିସ ନିକଟରେ ଆତ୍ମସମର୍ପଣ ମଧ୍ୟ କରିଛି ଅଭିଯୁକ୍ତ ଗୋଲକ ବିହାରୀ ଜେନା । ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ମୈତ୍ରୀ ବିହାର ପୋଲିସ ଓ ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାରୀ ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । କେଉଁ ପରିସ୍ଥିତିରେ ଓ କାହିଁକି ସ୍ତ୍ରୀଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଛି ଗୋଲକ ସେନେଇ ପୋଲିସ ପଚରାଉଚରା କରିଛି ।

ତେବେ ଗୋଲକ ପୂର୍ବରୁ ମଧ୍ୟ ନିଶା ସେବନ କରି ଏଭଳି ମାରପିଟ୍ କରୁଥିବା ନେଇ କହିଛନ୍ତି ସ୍ଥାନୀୟ ଲୋକେ । ପଡୋଶୀଙ୍କ କହିବା କଥା, ସ୍ୱାମୀ ଓ ସ୍ତ୍ରୀ ଉଭୟ ମଦ୍ୟପାନ କରନ୍ତି । ଉଭୟ ରାଜମିସ୍ତ୍ରୀ କାମ କରନ୍ତି । ଉଭୟ କାମକୁ ଯାଆନ୍ତି ଓ ଘରକୁ ଫେରନ୍ତି । ଅନେକ ସମୟରେ ମଦ୍ୟପାନ କରନ୍ତି । ତେବେ ହତ୍ୟାକାଣ୍ଡ ଦିନ ତା’ର ପତ୍ନୀ ଅତ୍ୟଧିକ ମଦ୍ୟପାନ କରିଥିଲା । ଫଳରେ ଦୁହିଁଙ୍କ ମଧ୍ୟରେ ଭୟଙ୍କର ପାଟିତୁଣ୍ଡ ଓ ମାରପିଟ୍ ହେଉଥିବାର ପଡୋଶୀ ତିନି ଦିନ ତଳେ ଦେଖିଥିଲେ । ତିନି ଦିନ ପରେ ଘର ପାଖରୁ ଦୁର୍ଗନ୍ଧ ଆସିବାରୁ ସମସ୍ତଙ୍କର ସନ୍ଦେହ ହୋଇଥିଲା । ଏନେଇ ଅଭିଯୁକ୍ତ ଗୋଲକ ଜେନାର ପୁଅ ପୋଲିସକୁ ଖବର ଦେବା ପରେ ପୋଲିସ ତାକୁ ଗିରଫ କରିବା ସହ ମୃତଦେହ ଜବତ କରିଛି । ମହିଳାଙ୍କୁ ତିନି ଦିନ ତଳେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking