26.1 C
Bhubaneswar
Wednesday, May 8, 2024
Homeଓଡିଶାଅଜଣା ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଅଜଣା ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଦେବଗଡ଼ : ରିଆମାଳ ଥାନା ଅନ୍ତର୍ଗତ ଦେବଗଡ଼-ଅନୁଗୁଳ ଜାତୀୟ ରାଜପଥ ଗୋହିରା ବ୍ରିଜ ନିକଟରେ ଅଜଣା ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରିଆମାଳ ଜଗନ୍ନାଥ ସାହିର ସୁଦର୍ଶନ ସାହୁଙ୍କ ପତ୍ନୀ ରିନା ସାହୁ(୩୫) । ମିଳିଥିବା ରିପୋର୍ଟ ମୁତାବକ, ରିନା ଦିନ ୧୧ଟାରେ ଝାଙ୍କଡ଼େଶ୍ୱରୀ ବସରେ ଚଢୁଥିବା ସମୟରେ ଏକ ବାଇକ ଆସି ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ହୋଇ ପଡ଼ିଥିଲେ । କିନ୍ତୁ ଘଟଣାସ୍ଥଳରୁ ବାଇକଟି ଫେରାର ମାରିଥିଲା ।

ଖବର ପାଇ ଗୁଣ୍ଡିଆପାଲି ସରପଞ୍ଚ ପ୍ରକାଶ କୁମାର ଆଚାର୍ଯ୍ୟ ଓ ସ୍ଥାନୀୟ ଜନସାଧାରଣ ଦୌଡ଼ି ଆସି ରିନାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ମେଡିକାଲକୁ ପଠାଇଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷାଣା କରିଥିଲେ । ଖବର ପାଇ ରିଆମାଳ ଥାନା ପୁଲିସ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୁରୀ ତୀର୍ଥ ଭ୍ରମଣ କରି ଯାଇଥିବା ପୁଅ ଜଗା ସାହୁ (୧୪) ଘରକୁ ଫେରି ମା’ଙ୍କୁ ମୁଖାଗ୍ନି ଦେଇଛି । ତେବେ ଫେରାର ମାରିଥିବା ବାଇକ ଚାଳକକୁ ଗିରଫ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking