31.1 C
Bhubaneswar
Sunday, May 19, 2024
Homeଅପରାଧସରକାରୀ ଅର୍ଥ ଆତ୍ମସାତ ମାମଲାରେ ପ୍ରଧାନଶିକ୍ଷକଙ୍କ ସମେତ ୩ଜଣଙ୍କୁ ୪ ବର୍ଷ ଜେଲ ଦଣ୍ଡ

ସରକାରୀ ଅର୍ଥ ଆତ୍ମସାତ ମାମଲାରେ ପ୍ରଧାନଶିକ୍ଷକଙ୍କ ସମେତ ୩ଜଣଙ୍କୁ ୪ ବର୍ଷ ଜେଲ ଦଣ୍ଡ

ଗୁମାଗଡ଼ : ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ସମେତ ୩ଜଣଙ୍କୁ ୪ ବର୍ଷ ଜେଲଦଣ୍ଡ ମିଳିଛି । ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ଦୋଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଯାଇଛି । ଜୋରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ଅଭିଯୁକ୍ତମାନେ ହେଲେ ଖଜୁରୀପଡ଼ା ବ୍ଲକ ଘାଟିତଳ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ପ୍ରଧାନଶିକ୍ଷକ କିଶୋର କୁମାର ଦାସ, ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପୃଥ୍ୱୀରାଜ ଲେଙ୍କା ଓ ବିଦ୍ୟାଳୟ କମିଟି ସଭାପତି ସୁବୀନ୍ଦ୍ର କହଁର ।

ରିପୋର୍ଟ ମୁତାବକ, ୨୦୧୪ ମସିହାରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସର୍ବଶିକ୍ଷା ଅଭିଯାନ ପାଣ୍ଠିରୁ ୯ଲକ୍ଷ ୯୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଏହି ଅର୍ଥରୁ ୮ଲକ୍ଷ ୯୬ ହଜାର ଟଙ୍କା ଉଠାଯାଇଥିଲା । ହେଲେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିଲା । ଅଭିଯୁକ୍ତମାନେ କାମ ନକରି ଏହି ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ ଡିଏସପି ହରେକୃଷ୍ଣ ବେହେରା ତଦନ୍ତ କରି ଅଭିଯୋଗରେ ସତ୍ୟତା ଥିବା ଜାଣି ପାରିଥିଲେ । ପରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ଶୁଣାଣୀ କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବିଚାରପତି ସମର ବିଳାସ ବେହେରା ୨୧ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣ ଆଧାରରେ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପିଭିଭି ରାମଦାସ ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking