32.1 C
Bhubaneswar
Monday, May 27, 2024
Homeଓଡିଶାଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର, ଜଣେ ଛାତ୍ର, ୪ ଛାତ୍ରୀ ଗୁରୁତର

ଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର, ଜଣେ ଛାତ୍ର, ୪ ଛାତ୍ରୀ ଗୁରୁତର

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପଳାସପୁର ଡେଙ୍ଗାଉସ୍ତା ପୂର୍ତ୍ତ ବିଭାଗ ରାସ୍ତାର ପଳାସପୁର କାଳି ମନ୍ଦିର ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି । ଏକ ଇଟା ବୋଝେଇ ଟ୍ରାକ୍ଟର ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ଏକ ଅଟୋକୁ ଧକ୍କା ଦେଇଛି । ଫଳରେ ଅଟୋରେରେ ବସିଥିବା ଜଣେ ଛାତ୍ର ଓ ୪ ଛାତ୍ରୀଙ୍କ ସମେତ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରୀ ମାନେ ହେଲେ ରାମଚନ୍ଦ୍ରପୁର ଗ୍ରାମର ଜସ୍ମିନୀ ବିଷୋୟୀ, ଜିଉରା ଗ୍ରାମର ଗୀତାରାଣୀ ସାହୁ, ଗୀତିକା ରାଣୀ ପଣ୍ଡା, ଶକ୍ତି ସାହୁ, ନରସିଂହଗଡ଼ ଗ୍ରାମର ଖୁସି ନାୟକ ଓ ଅଟୋ ଚାଳକ ପାଟପୁର ଲକ୍ଷ୍ମୀ ମନ୍ଦିର ସାହିର ଭିକାରୀ ସାହୁ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ ଆଜି ଅଟୋ ଚାଳକ ଭିକାରୀ ସାହୁ (ନଂ ଓଡି-୦୭-ଟି-୪୬୯୫) ଅଟୋରେ ଛାତ୍ରୀଛାତ୍ରମାନଙ୍କୁ ନେଇ ସାନଖେମୁଣ୍ଡି ଛଣମେରୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ନେଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଇଟା ବୋଝେଇ ଟ୍ରାକ୍ଟର (ନଂ-ଓଡ଼ି-୦୭-ଏଜେ-୮୪୬୭) ଦ୍ରୁତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣାପରେ ଅଟୋରେ ବସିଥିବା ଛାତ୍ରଛାତ୍ରୀମାନେ ଛିଟିକି ପଡିଯାଥିଲେ ।

ଖବର ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ôଚ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପାଟପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ଅଟୋକୁ ଜବତ କରିଛି । ଟ୍ରାକ୍ଟର ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking