30.1 C
Bhubaneswar
Monday, May 6, 2024
Homeମନୋରଞ୍ଜନକିଆରା ଆଡ୍‌ଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ଟ୍ରେଣ୍ଡ୍‌ସ ଫୁଟ୍‌ୱେୟାର ନୂଆ ବ୍ରାଣ୍ଡ୍ ଆମ୍ବାସଡର

କିଆରା ଆଡ୍‌ଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ଟ୍ରେଣ୍ଡ୍‌ସ ଫୁଟ୍‌ୱେୟାର ନୂଆ ବ୍ରାଣ୍ଡ୍ ଆମ୍ବାସଡର

ମୁମ୍ବାଇ: ରିଲାଏନ୍ସ ରିଟେଲ ପକ୍ଷରୁ ଏହାରର ଫୁଟ୍‌ୱେୟାର ଚେନ୍ ‘ଟ୍ରେଣ୍ଡ୍‌ସ ଫୁଟ୍‌ୱେୟାର’ ପାଇଁ ବଲିଉଡ ତାରକା କିଆରା ଆଡ୍‌ୱାଣୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ କରାଯାଇଛି । ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ବିଭିନ୍ନ ଡିଜାଇନ୍ ଏବଂ ଉନ୍ନତ ମାନର ଜୋତା, ଚପଲ ଟ୍ରେଣ୍ଡ୍‌ସ ପ୍ରସ୍ତୁତ କରିଥାଏ । ଏହି ପ୍ରସଙ୍ଗରେ ରିଲାଏନ୍ସ ରିଟେଲ ଲିମିଟେଡ୍ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ସଭାପତି ତଥା ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି ଯେ ଭାରତୀୟ ଗ୍ରାହକଙ୍କ ରୁଚି ଅନୁଯାୟୀ ଟ୍ରେଣ୍ଡ୍‌ସ ଫୁଟ୍‌ୱେୟାର ପକ୍ଷରୁ ଜୋତା, ଚପଲ, ସ୍ପୋର୍ଟସ ଜୋତା ଇତ୍ୟାଦି ପ୍ରସ୍ତୁତ କରାଯାଉଛି ।

ଉଭୟ କିଆରା ଓ ସିଦ୍ଧାର୍ଥ ଯୁବବର୍ଗଙ୍କ ପାଇଁ ଲୋକପ୍ରିୟ ଆଇକନ୍ ପାଲଟିଥିବାରୁ ସେମାନଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ କରାଯାଇଥିବା ସେ କହିଛନ୍ତି । ଅପରପକ୍ଷରେ ଟ୍ରେଣ୍ଡ୍‌ସ ଫୁଟ୍‌ୱେୟାର ସିଇଓ ନୀତେଶ କୁମାର କହିଛନ୍ତି ‘କମ୍ପାନୀ ପୁରୁଷ, ମହିଳା ଓ ଶିଶୁଙ୍କ ପସନ୍ଦ ମୁତାବକ ବିଭିନ୍ନ ଡିଜାଇନ୍ ଓ ଭେରାଇଟୀର ଜୋତା, ଚପଲ ଇତ୍ୟାଦି ପ୍ରସ୍ତୁତ କରୁଛି ଯାହା ଆଧୁନିକ ଯୁଗକୁ ଖାପ୍ ଖୁଆଇ ପାରିଛି’ । ସିଦ୍ଧାର୍ଥ କହିଛନ୍ତି ଯେ ଟ୍ରେଣ୍ଡ୍‌ସ ଫୁଟ୍‌ୱେୟାର ପକ୍ଷରୁ ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ ହୋଇଥିବାରୁ ନିଜକୁ ଗର୍ବିତ ମନେ କରୁଛି । ନିଜେ ନୂଆ ଡିଜାଇନ୍ ଜୋତାକୁ ପସନ୍ଦ କରୁଥିବାରୁ ଏହି ସୁଯୋଗ ମୋ ପାଇଁ ବିଶେଷ ମହତ୍ୱ ରଖୁଛି । କିଆରା ତାଙ୍କ ବୟାନରେ କହିଛନ୍ତି ଯେ ଫ୍ୟାଶନ ଓ ଟ୍ରେଣ୍ଡ୍‌ସ ପରିପୂରକ ହୋଇଥିବାବେଳେ ଦେଶରେ ଏହାର ଲୋକପ୍ରିୟତା ବର୍ତ୍ତମାନ ଶିଖରରେ ପହଞ୍ଚିଛି ।

କାଜୁଆଲ, ପାର୍ଟି ୱେୟାର, ଜିମ୍ ୱେୟାର, ଏଥ୍‌ନିକ୍ ୱେୟାର, ହୋମ୍ ୱେୟାର ଭଳି ବିଭିନ୍ନ ଅକେଜନ ପାଇଁ କମ୍ପାନୀ ଜୋତା ପ୍ରସ୍ତୁତ କରୁଛି । ତେଣୁ ଏଭଳି କମ୍ପାନୀ ପାଇଁ ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି କିଆରା କହିଛନ୍ତି । ଦେଶର ୩୫୫ ସହରରେ ଟ୍ରେଣ୍ଡ୍‌ସ ଫୁଟ୍‌ୱେୟାରର ୭୦୦ରୁ ଅଧିକ ସୋ’ରୁମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking