32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ହିଣ୍ଡେନବର୍ଗ ମାମଲାର ଶୁଣାଣି ଆଜି

ସୁପ୍ରିମକୋର୍ଟରେ ହିଣ୍ଡେନବର୍ଗ ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ: ଅଦାନି ଗ୍ରୁପ୍ ସମ୍ପର୍କରେ ରିପୋର୍ଟ ସାର୍ବଜନୀନ କରି ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଚର୍ଚ୍ଚାକୁ ଆସିଛି । ତେବେ ଏହି ରିପୋର୍ଟର ସତ୍ୟତାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି । ଅଦାଲତଙ୍କ ତତ୍ତ୍ୱାବଧାନରେ ଉକ୍ତ ରିପୋର୍ଟର ସତ୍ୟତା ତଦନ୍ତ କରାଯାଉ ବୋଲି ଦାବିକରି ବିଶାଲ ତିୱାରୀ ନାମକ ଆଇନଜୀବୀ ଏହି ପିଟିସନ ଦାଏର କରିଥିଲେ । ଏହାର ଶୀଘ୍ର ଶୁଣାଣି କରିବାକୁ ପିଟିସନରେ ଦାବି କରାଯାଇଥିଲା ।

ତେବେ ଏହିି ପ୍ରସଙ୍ଗରେ ଆଗତ ଅନ୍ୟ ଏକ ପିଟିସନର ଶୁଣାଣି ଶୁକ୍ରବାରକୁ ଧାର୍ଯ୍ୟ କରାଯାଇଥିବାରୁ ଏକାସାଙ୍ଗରେ ଦୁଇଟି ପିଟିସନ୍‌ର ଶୁଣାଣି କରାଯିବ ବୋଲି ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଗତମାସରେ ହିଣ୍ଡେନବର୍ଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଅଦାନି ଗ୍ରୁପ୍‌ର ଜାଲିଆତି ସମ୍ପର୍କରେ ଖୁଲାସା କରାଯାଇଥିଲା । ଏହା ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜରେ ଝଡ ସୃଷ୍ଟି କରିଥିଲା । ଅଦାନି ଗ୍ରୁପ୍‌ର ସେୟାର ମୂଲ୍ୟ ହଠାତ୍ କମିଯାଇଥିଲା । ପ୍ରବଳ ଆର୍ôଥକ କ୍ଷତି ଯୋଗୁଁ ଏକଦା ବିଶ୍ୱ ଧନୀ ତାଲିକାର ୩ୟ ସ୍ଥାନରେ ରହିଥିବା ଅଦାନି ଗ୍ରୁପ୍ ମାଲିକ ଗୌତମ ଅଦାନି ବର୍ତ୍ତମାନ ୧୭ଶ ସ୍ଥାନକୁ ଖସିଆସିଛନ୍ତି । ତାଙ୍କର ସମ୍ପତ୍ତି ପରିମାଣ ମଧ୍ୟ ୧୨୭ ବିଲିୟନ ଡଲାରରୁ ୬୩ ବିଲିୟନ ଡଲାରକୁ ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking