30.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶପରୀକ୍ଷା ଦେଇ ନପାରିବାରୁ ଜୀବନ ହାରିଲା ଛାତ୍ର

ପରୀକ୍ଷା ଦେଇ ନପାରିବାରୁ ଜୀବନ ହାରିଲା ଛାତ୍ର

ହାଇଦ୍ରାବଦ୍‌: ବିଳମ୍ୱରେ ପହଞ୍ଚିବାରୁ ପରୀକ୍ଷା ହଲକୁ ଛାଡିଲେନି ଶିକ୍ଷକ । ପରୀକ୍ଷା ଦେଇ ନପାରିବାରୁ ଜଣେ ଏକାଦଶ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ଜଣେ ଛାତ୍ରଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ ନୋଟରେ ଏପରି କିଛି ଲେଖା ହୋଇଛି । ମୃତ ଛାତ୍ର ଟେକୁମ୍ ଶିବ କୁମାର । ସେ ଏକାଦଶ ଶ୍ରେଣୀରେ ପଢୁଥିଲେ । ପରୀକ୍ଷା ଚାଲିଥିଲା । ମାତ୍ର ସେ ବିଳମ୍ୱରେ ପହଞ୍ଚିବାରୁ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ଅନୁମତି ମିଳିନଥିଲା । ତେବେ ଅପରାହ୍ନରେ ସତନାଲା ଡ୍ୟାମରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ଡ୍ୟାମ ନିକଟରୁ ଘଣ୍ଟା, ୱାଲେଟ୍ ଏବଂ ଅନ୍ୟାନ୍ୟ ଜିନିଷ ସହ ଏକ ସୁଇସାଇଡ୍ ନୋଟ୍ ମଧ୍ୟ କରିଛି ପୋଲିସ । ତାଙ୍କ ୱାଲେଟରେ ଦୁଇଟି ଫଟୋଗ୍ରାଫ୍ ଥିଲା – ତାଙ୍କର ଏବଂ ତାଙ୍କ ବାପାଙ୍କର । ତେଲୁଗୁ ଭାଷାରେ ଲିଖିତ ଏହି ସୁଇସାଇଡ୍ ନୋଟରେ ଲେଖାଯାଇଛି, ମୋତେ ବାପା କ୍ଷମା କରିଦେବ । ମୁଁ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହେଁ । ତୁମେ ମୋ ପାଇଁ ବହୁତ କିଛି କରିଛ, କିନ୍ତୁ ମୁଁ ତୁମ ପାଇଁ କିଛି କରିପାରିଲି ନାହିଁ । ମୁଁ ପ୍ରଥମ ଥର ପାଇଁ ପରୀକ୍ଷା ଦେଇ ପାରିଲିନି । ଏହା ମୋତେ ଖୁବ ଯନ୍ତ୍ରଣା ଦେଇଛି । ମୋତେ ଖୁବ୍ କଷ୍ଟ ହେଉଛି’ ।

ପୋଲିସ ଡ୍ୟାମରୁ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ପରିବାର ଲୋକ ନିଜ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛନ୍ତି । ଗତକାଲିଠାରୁ ଆରମ୍ଭ ହୋଇଥିବା ମଧ୍ୟବର୍ତ୍ତୀ ପରୀକ୍ଷା ପାଇଁ ତେଲେଙ୍ଗାନା ରାଜ୍ୟ ଶିକ୍ଷା ବୋର୍ଡର ପ୍ରାୟ ୧୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଶିବ କୁମାରଙ୍କ ମୃତ୍ୟୁ ତେଲେଙ୍ଗାନା ବୋର୍ଡର ଏକ କଠୋର ନିୟମକୁ ସାମ୍ନାକୁ ଆଣିଛି । ଯଦି କୌଣସି ଛାତ୍ର ଗୋଟିଏ ମିନିଟ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚେ ତେବେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ । ପରୀକ୍ଷା ଆରମ୍ଭ ହେବା ମାତ୍ରେ ଛାତ୍ରମାନେ ସେମାନଙ୍କର ପରୀକ୍ଷା କେନ୍ଦ୍ରକୁ ଦୌଡି ଦୌଡି ଯାଉଥିବା ଦେଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ଛାତ୍ରଛାତ୍ରୀ କିଛି ମିନିଟ୍ ବିଳମ୍ବ ହେତୁ ପରୀକ୍ଷା ଦେଇପାରିନଥିଲେ । ସେମାନେ ବାହାରେ କାନ୍ଦୁଥିବା ଏବଂ ଭିତରକୁ ଯିବାକୁ ନିବେଦନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking