30.1 C
Bhubaneswar
Thursday, May 9, 2024
Homeଓଡିଶାବରଯାତ୍ରୀଙ୍କ ପାଇଁ ହଟହଟା ବର ଓ କନ୍ୟା

ବରଯାତ୍ରୀଙ୍କ ପାଇଁ ହଟହଟା ବର ଓ କନ୍ୟା

କେନ୍ଦ୍ରାପଡା: ବରଯାତ୍ରୀଙ୍କ ପାଇଁ ହଟହଟା ବର ଓ କନ୍ୟା । ବରପକ୍ଷ ଓ ଗାଁଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଅଟକ ରହିଲେ ବର ଓ କନ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଏଥା ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବରଯାତ୍ରୀ କନ୍ୟା ପକ୍ଷ ଗାଁ ଲୋକଙ୍କ ଯାତ୍ରୀବାହୀ ଅଟୋକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ,ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଯଦୁଚନ୍ଦ୍ରପୁର ଗାଁର ହରେକୃଷ୍ଣ ରାଉଳଙ୍କ ପୁଅ ମାନସ ରାଉଳ କଏଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କ ସହ ବିବାହ ଥିଲା । ଏନେଇ ଗତକାଲି ବରଯାତ୍ରୀ କଏଥା ଗାଁରେ ପହଞ୍ଚି ବିବାହ ପ୍ରୋସେସନ କରିବା ସମୟରେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା ।

ଯାହା ପରେ ଉଗ୍ର ରୂପ ନେଇଥିଲା । ଉତ୍ତ୍ୟକ୍ତ ବରଯାତ୍ରୀ କନ୍ୟାଘର ଗାଁର ରାସ୍ତାରେ ଛିଡା ହୋଇଥିବା ଏକ ଯାତ୍ରୀବାହି ଅଟୋକୁ ଜାଳି ଦେଇଥିଲେ । ଯେଉଁଥି ପାଇଁ ବର ଓ କନ୍ୟାକୁ ଗାଁରେ ଅଟକ ରଖିଥିଲେ ଲୋକେ । ତେବେ ଏଭଳି ଅଭାବନୀୟ ଘଟଣା ପରେ ଅର୍ଜ୍ଜୁନ ପଢ଼ିଆରୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ରାଜନଗର ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ବରର ଅଜା ଅରୁପାନନ୍ଦ ଭୂୟାଁ କହିଛନ୍ତି,ବାହାଘର ଚାଲିଥିବା ସମୟରେ କିଛି ଲୋକ ଆସି ପାଟିତୁଣ୍ଡ କରିଥିଲେ । ଗାଁର ଅଟୋ ପୋଡି ଦେଇଥିବା ଅଭିଯୋଗ କରି ପାଟିତୁଣ୍ଡ କରି ବିବାହ ସରିବା ସତ୍ତ୍ୱେ ବର କନ୍ୟାକୁ ଅଟକ କରିଥିଲେ । ଏନେଇ ପୋଲିସକୁ ଖବର ଦିଆଯିବା ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ କଏଥା ଗାଁ ଶୁଭଶ୍ରୀ ପଢ଼ିଆରୀ କହିଛନ୍ତି, ବରଯାତ୍ରୀ ଆସି ପାଟିତୁଣ୍ଡ କରି ମାରପିଟ କରିଥିଲେ । ଏନେଇ ତାଙ୍କୁ ବିରୋଧ କରିବାରୁ ବରଯାତ୍ରୀ ଆସି ଆମ ଅଟୋକୁ ଜାଳି ଦେଇଛନ୍ତି । ତେଣୁ ଆଟୋ ନ ଫେରାଇବା ଯାଏଁ ବର କନ୍ୟା ଅଟକ ରହିବେ । ତେଣୁ ଏହାକୁ ନେଇ ତୁରନ୍ତ ମାଧାନ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking