26.1 C
Bhubaneswar
Wednesday, May 8, 2024
Homeଅପରାଧଏକ ତରଫା ପ୍ରେମର କରୁଣ ପରିଣତି; ନାବାଳିକାର ଗଳାକାଟି ହତ୍ୟା କଲା ପ୍ରେମିକ !

ଏକ ତରଫା ପ୍ରେମର କରୁଣ ପରିଣତି; ନାବାଳିକାର ଗଳାକାଟି ହତ୍ୟା କଲା ପ୍ରେମିକ !

ଅନୁଗୋଳ: ଏକ ତରଫା ପ୍ରେମରୁ ନିର୍ମମ ହତ୍ୟାକାଣ୍ଡ । ନାବାଳିକାର ଗଳାକାଟି ହତ୍ୟା କଲା ପ୍ରେମିକ । ଘରେ ପଶି ଧାରୁଆ ଅସ୍ତ୍ରରେ ଗଳାକିଟି ଦୁର୍ବୃତ୍ତ ପ୍ରେମିକ ଫେରାର । ଅନୁଗୋଳର ସଦର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ସଦର ଥାନା କୁଇଓ ଜାମୁନାଳୀ ଗାଁରେ ଜଣେ ଅଷ୍ଟମ ଶ୍ରେଣୀରେ ପଡୁଥିବା ନାବାଳିକାର ଘରେ ପଶି ତାକୁ ହତ୍ୟା କରାଯାଇଛି ।

ପରିବାର ଲୋକେ ଝିଅକୁ ଏକ ତରଫା ଭଲ ପାଉଥିବା ତାର ପ୍ରେମିକ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ଅଭିଯୋଗ ଆଣିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ଘରେ ଥିବା ବେଳେ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ରଞ୍ଜନ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ପଶି ଝିଅକୁ ନିର୍ମମ ଭାବେ ହତ୍ୟା କରିଛି । ଏହାପରେ ଗାଁ ଛାଡି ଫେରାର ହୋଇଯାଇଛି । ପରିବାର ଲୋକେ ତୁରନ୍ତ ନାବାଳିକାକୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଝିଅର ବାପାଙ୍କ କହିବା ଅନୁଯାୟୀ, “ସାନଝିଅ ଅନୁଗୋଳ ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟମ ଶ୍ରେଣୀରେ ପଡୁଥିଲା ।

ରଞ୍ଜନ ଗାଡି ଡ୍ରାଇଭର ଭାବେ କାମ କରୁଥିବା ବେଳେ ଝିଅ ସହ ତାର ଦେଖା ହୋଇଥିଲା । ଯାହା ପରେ ରଞ୍ଜନ ଏକ ତରଫା ଭଲ ପାଇଥିଲା । ଘଟଣା ବାବଦରେ ଜାଣିବା ପରେ ଝିଅକୁ ତାଗିଦ କରିଥିଲୁ । ଏହାପରେ ଝିଅର ଫୋନ ନମ୍ବର ମଧ୍ୟ ଚେଞ୍ଜ କରି ଦେଇଥିଲୁ । ଝିଅ ସହ ଆଉ ରଞ୍ଜନର କଛି ଯୋଗାଯୋଗ ହୋଇ ନଥିଲା । ଘଟଣା ନେଇ ରଞ୍ଜନକୁ ମଧ୍ୟ ଆମେ ତାଗିଦ କରିଥିଲୁ । ଯାହାକୁ ନେଇ ସେ ଝିଅକୁ ହତ୍ୟା କରିଛି ।” ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଅରମ୍ଭ କରିଛି । ତେବେ ଏପରି ଘଟଣାକୁ ଗାଁରେ ଦୁଃଖର ବାଦଲ ଖେଳିଯାଇଛି । ଅଭିଯୁକ୍ତକୁ ଉପଯୁକ୍ତ ଶାସ୍ତି ଦେବାକୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking