39.1 C
Bhubaneswar
Friday, April 26, 2024
Homeଅପରାଧପୁଣି ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ

ପୁଣି ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ

ମୁମ୍ବାଇ : ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ନିଷ୍ପାପ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବତୀମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ଲଜ୍ଜା ଜନକ ଘଟଣା, ମହାରାଷ୍ଟ୍ରର ସୋଲାପୁର ଅଂଚଳରେ ଘଟିଛି । ଜଣେ ୧୬ ବର୍ଷର ନାବାଳିକାକୁ ୧୦ ଜଣ ଲୋକ ଛ’ମାସ ଧରି ଗଣଦୁଷ୍କର୍ମ କରିଆସୁଥିବା ଅଭିଯୋଗ ଆସିଛି |ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରି ଅନୁସନ୍ଧାନ ଚଳାଇଛି।
ସୂଚନା ଅନୁଯାୟୀ, ନାବାଳିକା ଓ କେତେକ ଅଭିଯୁକ୍ତଙ୍କ ମଧ୍ୟରେ ବନ୍ଧୁତା ଥିଲା। ପରେ ଆଉ କେତେକ ଏହି ଅପରାଧରେ ସାମିଲ ହୋଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଜଣେ ଅଟୋରିକ୍ସା ଚାଳକ ନାବାଳିକା ଜଣଙ୍କୁ ୬ ମାସ ମଧ୍ୟରେ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରୁଥିଲା। ଏଥିରେ ଅନ୍ୟମାନେ ମଧ୍ୟ ସମ୍ପୃକ୍ତ ଥିଲେ। ଏହି ଘଟଣାରେ ସୋଲାପୁରର ବିଜାପୁର, ନାକା ଥାନାରେ ମାମଲା ରୁଜୁ କରାଯାଇ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାକୁ ଉଦ୍ୟମ ଜାରି ରହିଛି। ନାବାଳିକାର ବାପାଙ୍କ ମୃତ୍ୟୁ ଘଟିଥିଲାବେଳେ ମା’ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking