28.1 C
Bhubaneswar
Thursday, March 28, 2024
Homeଓଡିଶାବାଇକ୍ ଉପରେ ଚଢ଼ିଗଲା ଟ୍ରାକ୍ଟର, ଜଣେ ମୃତ

ବାଇକ୍ ଉପରେ ଚଢ଼ିଗଲା ଟ୍ରାକ୍ଟର, ଜଣେ ମୃତ

ନବରଙ୍ଗପୁର : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗାଡ଼ିଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟୁଛି । ବାଇକ୍ ଉପରେ ଟ୍ରାକ୍ଟର ଚଢ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏପରି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସନ୍ତୋଷୀନଗର ଠାରେ ଘଟିଛି । ବୁଧବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ମୃତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ କୁମାର ପାଣିଗ୍ରାହୀ ।
ସୂଚନା ଅନୁଯାୟୀ, ବାଇକରେ ପ୍ରଶାନ୍ତ ଉମରକୋଟ ସନ୍ତୋଷୀ ନଗର ଗଳି ଦେଇ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ସହ ଧକ୍କା ହୋଇଥିଲେ । ପ୍ରଶାନ୍ତ ତଳେ ପଡ଼ିଯିବାରୁ ଟ୍ରାକ୍ଟର ଚକା ପ୍ରଶାନ୍ତର ମୁଣ୍ଡ ଉପରେ ଚଢ଼ିଯାଇଥିଲା । ଘଟଣା ସ୍ଥଳରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିଲା । ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକ ଶବ,ବାଇକ୍ ଓ ଟ୍ରାକ୍ଟରକୁ ଜବତ କରି ତଦନ୍ତ କରୁଛନ୍ତି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ସେ ଫ୍ରିଜ ମରାମତି କରି ଜୀବିକା ନିର୍ବାହ କରୁଥିଲେ ବୋଲି ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking