35.1 C
Bhubaneswar
Friday, May 10, 2024
Homeଦେଶ ବିଦେଶନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ

ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ

ରାୟପୁର: ଛତିଶଗଡ଼ର ନାରାୟଣପୁର ଅଞ୍ଚଳରେ ଥିବା ଆମଦାଇ ଲୁହାପଥର ଖଣିରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଛତିଶଗଡ଼ ସଶସ୍ତ୍ର ବଳ (ସିଏଏଫ୍‌)ର ଜଣେ ଯବାନ ସହିଦ ହୋଇଛନ୍ତି । ଆଉ ଜଣେ ଯବାନ ଆହତ ହୋଇଛନ୍ତି । ସହିଦ ଯବାନଙ୍କ ନାଁ କମଳେଶ ସାହୁ । ତାଙ୍କ ଘର ଛତିଶଗଡ଼ର ଜନଜଗିରଚାପା ଜିଲ୍ଲା ଅନ୍ତର୍ଗତ ହସୋଦ ଗାଁରେ । ଆହତ ଯବାନଙ୍କ ନାଁ ବିନୟ କୁମାର । ତାଙ୍କ ଘର ବାଲୋଦ ଜିଲ୍ଲାର ସୋନପୁରର । ବିନୟଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି ।

ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଏହି ଘଟଣା ଘଟିଥିଲା । ନକ୍ସଲମାନେ ନାରାୟଣପୁର ଜିଲ୍ଲା ଛୋଟେଡୋଙ୍ଗର ଥାନା ଅଞ୍ଚଳରେ ଥିବା ଆମଦାଇ ଲୁହାପଥର ଖଣିରେ ଆଇଇଡି ବିସ୍ଫୋରଣ କରିଥିଲେ । ଫଳରେ ସେଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ସିଏଏଫ୍ ଯବାନ କମଳେଶ ସହିଦ ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଛତିଶଗଡ଼ରେ ଆଜି ବିଷ୍ଣୁଦେଓ ସାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନିଜର ସ୍ଥିତି ଜାହିର କରିବା ପାଇଁ ନକ୍ସଲମାନେ ଏହି କାଣ୍ଡ ଘଟାଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking