28.1 C
Bhubaneswar
Tuesday, May 21, 2024
Homeଓଡିଶାଓଡ଼ିଶାରେ ଅନଲାଇନରେ ବି ଚାଲିଛି ଡ୍ରଗ୍ସ କାରବାର: ପୁଲିସ କମିଶନର

ଓଡ଼ିଶାରେ ଅନଲାଇନରେ ବି ଚାଲିଛି ଡ୍ରଗ୍ସ କାରବାର: ପୁଲିସ କମିଶନର

ଭୁବନେଶ୍ୱର: ଏବେ ଓଡ଼ିଶାରେ ଅନଲାଇନରେ ବି ଚାଲିଛି ଡ୍ରଗ୍ସ କାରବାର । ଏ ନେଇ ନିଶାମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି କମିଟି ସଦସ୍ୟ ତଥା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି, ସ୍ୱିଗି ପରି ଫୁଡ ଡେଲିଭରି ସଂସ୍ଥାକୁ ଡ୍ରଗ୍ସ ମଗାଇବାରେ ବ୍ୟବହାର କରାଯାଉଛି । କାରଣ ସେମାନେ ଯୋଗାଉଥିବା ପ୍ୟାକେଟରେ କଣ ଅଛି, ତାହା ପଚାରିବାର ଅଧିକାର ସ୍ୱିଗିରେ ନାହିଁ । ସେ ଆହୁରି କହିଛନ୍ତି, ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ହେଲେ ଏବେ ତାହା ଉପାନ୍ତକୁ ବ୍ୟାପିଲାଣି । ସେହିପରି ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀ ହିଁ ଡ୍ରଗ୍ସ ନେଉଥିଲେ । ହେଲେ ଏବେ ତାହା ସବୁ କଲେଜକୁ ବ୍ୟାପିଲାଣି । ତେବେ ଏନ୍େଫାର୍ସମେଣ୍ଟ ବଢ଼ିଥିବାରୁ ପ୍ରତି ବର୍ଷ ସିଜର ବଢ଼ୁଛି । ଭାରତକୁ ନିଶାମୁକ୍ତ କରିବା ପାଇଁ କମିଟିକୁ ଯୁବପିଢ଼ିଙ୍କ ସମେତ ସ୍କୁଲ କଲେଜ ଯାଇ ପିଲାମାନଙ୍କୁ ସଚେତନ କରିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking