32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକଟକରେ ନକଲି ଜର୍ଦ୍ଦା କାରଖାନା ଠାବ

କଟକରେ ନକଲି ଜର୍ଦ୍ଦା କାରଖାନା ଠାବ

ଭୁବନେଶ୍ୱର: ଜଗତପୁର ଶିଳ୍ପାଂଚଳରେ ନକଲି ଜର୍ଦ୍ଦା କାରଖାନାରେ ରେଜ୍ କରାଯାଇଛି । ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ କରିଛି ଜଗତପୁର ପୋଲିସ । ଲକ୍ଷାଧିକ ଟଙ୍କାର ନକଲି ପାନ ମସଲା, କଂଚାମାଲ, ଯନ୍ତ୍ରାଂଶ ଜବତ କରାଯାଇଛି । ପ୍ରସ୍ତୁତି ନିମନ୍ତେ ବ୍ୟବହୃତ କଞ୍ଚାମାଲ୍‌ ସହ ୫ଟି ମେସିନ୍‌ ଓ କେଏସ୍-୪ ବ୍ରାଣ୍ଡର ଖାଲି ପାଉଚ୍ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ପୁଲିସ ଅଟକ ରଖିଛି। ମାହାଙ୍ଗା ଅଞ୍ଚଳର ପ୍ରଦୀପ କୁମାର ପୃଷ୍ଟି ଓ ଉତ୍ତରପ୍ରଦେଶର ସୁନୀଲ କୁମାର ବିଶ୍ୱକର୍ମା ନାମକ ବ୍ୟକ୍ତି ଏଥିରେ ସାମିଲ ଥିବା ନେଇ ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ମୁତାବକ , ସ୍ପେସାଲ ସ୍କ୍ବାଡ୍‌ ସହାୟତାରେ ଖଣ୍ଡଗିରି ଥାନା ପୁଲିସ ସମେତ ଟାଙ୍ଗୀ ଥାନା ପୁଲିସ ଚଢ଼ଉ କରିଥିଲେ। କାରଖାନାର ମାଲିକ କ୍ଷୀରୋଦ ନାଥ ବୋଲି ଜଣାପଡ଼ିଛି। ଉଲେଖଯୋଗ୍ୟ , କିଛି ଦିନ ତଳେ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ଯୁବକଙ୍କଠାରୁ ଏକ ବ୍ୟାଗ୍‌ରୁ ୩୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ଏକ ମସଲା କମ୍ପାନିର ମାଲିକଙ୍କର ବୋଲି ଜଣାପଡ଼ିବା ପରେ ପୁଲିସ୍ ଏହାର ଖୋଳତାଡ଼ ଆରମ୍ଭ କରିଥିଲା। ସମ୍ପୃକ୍ତ ମାଲିକଙ୍କର ପାନ ମସଲା କାରଖାନା ଏଠାରେ ରହିଥିବା ପୁଲିସ୍ ଜାଣିବାକୁ ପାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking