32.1 C
Bhubaneswar
Saturday, May 4, 2024
Homeଅପରାଧମାଆ ଆଗରେ ଝିଅକୁ ଛୁରୀ ଭୁସି ହତ୍ୟା କଲଶ ପାଗଳ ପ୍ରେମୀ

ମାଆ ଆଗରେ ଝିଅକୁ ଛୁରୀ ଭୁସି ହତ୍ୟା କଲଶ ପାଗଳ ପ୍ରେମୀ

ମୁମ୍ବାଇ: ମାଆ ସମ୍ମୁଖରେ ଝିଅକୁ ନିର୍ମମ ହତ୍ୟା । କୋଚିଂରୁ ଫେରୁଥିବା ବେଳେ ନାବାଳିକାକୁ ଅତର୍କିତ ଛୁରା ମାଡ । ଥରେ କି ଦୁଇ ଥର ନୁହେଁ ସାତରୁ ଆଠ ଥର ଛୁରୀ ଭୁସି ନାବାଳିକାଙ୍କୁ ହତ୍ୟା କଲେ ଯୁବକ । ଏକତରଫା ପ୍ରେମରୁ ନାବଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଅଞ୍ଚଳର ଟିସଗାଓଁରେ । ବୁଧବାର ରାତି ୮ଟା ସମୟରେ ଏହି ଘଟଣା ଘଟିଥିଲା । ଆକ୍ରମଣକାରୀ ଯୁବକ ହେଉଛନ୍ତି ଆଦିତ୍ୱ କାମ୍ବଲ । ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି କୋଲସେଭାଡି ପୋଲିସର ଜିମା ଦେଇଛନ୍ତି । ପୋଲିସର କହିବା ଅନୁଯାୟୀ, ବୁଧବାର ସନ୍ଧ୍ୟା ୭ଟା ସମୟରେ ଆଦିତ୍ୟ ଦୁର୍ଗା ଦର୍ଶନ ସୋସାଇଟିକୁ ଆସିଥିଲେ ।

ସମ୍ପୃକ୍ତ ନାବାଳିକା କେଉଁ ସମୟରେ ଏହି ରାସ୍ତା ଦେଇ ଆସିବେ ବୋଲି ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ । ଏହାପରେ ୮ଟା ସମୟରେ ନାବାଳିକା ଜଣଙ୍କ କୋଚିଂ ସାରି ତାଙ୍କ ମାଆଙ୍କ ସହ ଘରକୁ ଫେରୁଥିବା ବେଳେ ଯୁବକ ଜଣଙ୍କ ଅତର୍କିତ ଛୁରୀରେ ଆକ୍ରମଣ କରିଥିଲେ । ନାବାଳିକାଙ୍କ ମାଆ ଆଦିତ୍ୟକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବି ଆକ୍ରମଣର ଶିକାର ହୋଇଥିଲେ । ୭ରୁ ୮ ଥର ନାବାଳିକା ଛାତିକୁ ଛୁରୀରେ ଆକ୍ରମଣ କରିଥିଲେ ଯୁବକ ଜଣଙ୍କ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିଥିଲା । ପରେ ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କୁହାଯାଉଛି ଯେ, ଯୁବକ ଜଣଙ୍କ ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲେ । ପ୍ରେମ ନିବେଦନକୁ ଗ୍ରହଣ ନକରିବାରୁ ପୂର୍ବରୁ ୨ ଥର ଯୁବକ ଜଣଙ୍କ ନାବାଳିକାଙ୍କ ତଣ୍ଟି ଚିପିଥିବା ଅଭିଯୋଗ ହୋଇଥିଲା । ଶେଷରେ ପ୍ରେମରେ ବିଫଳ ହୋଇ ନାବାଳିକାଙ୍କୁ ଯୁବକ ଜଣଙ୍କ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କିନ୍ତୁ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ପୋଲିସର ତଦନ୍ତ ପରେ ସତ ସାମ୍ନାକୁ ଆସିବ । ଅଗଷ୍ଟ ୯ ତାରିଖରେ ମହାରାଷ୍ଟ୍ରର ପୁଣେରେ ଜଣେ ଯୁବତୀ ପ୍ରେମ ବିବାହ କରିବା ପାଇଁ ତାଙ୍କ ବାପାକୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିବା ଖବର ସାମ୍ନାକୁ ଆସିଥିଲା । ପ୍ରେମିକ ସହ ମିଶି ସହଗୁଣ୍ଡା ଲଗାଇ ବାପାକୁ ମରଣାନ୍ତକ ଆକ୍ରମଣ କରିଥିଲା ଝିଅ । କିନ୍ତୁ ଯୁବତୀଙ୍କ ବାପା ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking