29.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶସମୁଦ୍ରରେ ବୁଡିଲା ପ୍ରବାସୀ ଜାହାଜ; ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ!

ସମୁଦ୍ରରେ ବୁଡିଲା ପ୍ରବାସୀ ଜାହାଜ; ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ!

କେପ ବର୍ଡେ: ପଶ୍ଚିମ ଆଫ୍ରିକୀୟ ଦେଶ କେପ ବର୍ଡେରେ ଏକ ବଡ ଅଘଟଣ ଘଟିଛି । କେପ ବର୍ଡେ ଉପକୂଳରେ ଏକ ପ୍ରବାସୀ ଜାହାଜ ସମୁଦ୍ରରେ ବୁଡି ଯିବାରୁ ଏଥିରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏନେଇ ବୁଧବାର ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ ସୂଚନା ଦେଇଛି । ଓ ଅଧିକାରୀ କହିଛନ୍ତି, ଜାହାଜ ଦୁର୍ଘଟଣାରେ ୬୩ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ସମୁଦ୍ର ଭିତରୁ ୪ ଜଣ ପିଲାଙ୍କ ସମେତ ୩୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗତ ଜୁଲାଇ ୧୦ରୁ ଜାହାଜଟି ସେନେଗଲରୁ ବାହାରି ଥିଲା । ଏଥିରେ ୧୦୦ରୁ ଅଧିକ ପ୍ରବାସୀ ଓ ଶରଣାର୍ଥୀ ଥିଲେ । ଜାହାଜ କେତେବେଳେ ବୁଡିଲା ତାହା ଜଣାପଡିନି । ଗତ ସୋମବାର ଦିନ କେପ ବର୍ଡେ ଦ୍ୱୀପ ଠାରୁ ପ୍ରାୟ ୨୭୭ କିଲୋମିଟର ଦୂର ଆଟଲାଣ୍ଟିକ ମହାସାଗରରେ ଏହାକୁ ଠାବ କରାଯାଇଥିଲା । ସ୍ପେନର ଗୋଟିଏ ମାଛଧରା ଜାହାଜ ଉକ୍ତ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ଦେଖିବା ପରେ କେପ ବର୍ଡେ ଅଧିକାରୀଙ୍କୁ ଜଣାଇଥିଲା ।

କେପ ବର୍ଡେ ଦ୍ୱୀପ ୟୁରୋପୀୟ ୟୁନିୟନର ପ୍ରବେଶ ଦ୍ୱାର କୁହାଯାଉଥିବା ସ୍ପେନିସ କେନେରୀ ଦ୍ୱୀପ ସମୂହ ଠାରୁ ପାଖପାଖି ୬୦୦ କିଲୋମିଟର ଦୂରରେ ଅବସ୍ଥିତ । ଓ ମୁଖପାତ୍ର କହିଛନ୍ତି ଯେ, ରେସ୍କ୍ୟୁ ଟିମ୍ କେବଳ ୭ଟି ମୃତଦେହ ଜବତ କରିଛନ୍ତି । ୩୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ୫୬ ଜଣ ସମୁଦ୍ରରେ ନିଖୋଜ ଅଛନ୍ତି । ଜାହାଜ ଦୁର୍ଘଟଣା ପରେ କେହି ନିଖୋଜ ରହିଲେ ସେମାନଙ୍କୁ ମୃତ ବୋଲି ଧରି ନିଆଯାଏ । କହିରଖୁଛି କି, ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଆଫ୍ରିକୀୟ ପ୍ରବାସୀ ଦାରିଦ୍ର‌୍ୟ ଓ ଯୁଦ୍ଧ ସ୍ଥିତିରୁ ବର୍ତ୍ତିବା ପାଇଁ ଅବୈଧ ଭାବେ ୟୁରୋପୀୟ ୟୁନିୟନ ଯିବାକୁ ଉଦ୍ୟମ କରିଥାନ୍ତି । ସେମାନେ ଛୋଟ ଛୋଟ ଜାହାଜରେ ବିପଦପୂର୍ଣ୍ଣ ଭାବେ ଯାତ୍ରା କରିଥାନ୍ତି । ଯେଉଁଥିପାଇଁ ଅନେକ ସମୟରେ ବଡ ଅଘଟଣ ଘଟିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking