31.1 C
Bhubaneswar
Monday, May 6, 2024
Homeଅପରାଧପ୍ରେମ ନିବେଦନ କରି ଅଡୁଆରେ କମ୍ପ୍ୟୁଟର ଶିକ୍ଷକ

ପ୍ରେମ ନିବେଦନ କରି ଅଡୁଆରେ କମ୍ପ୍ୟୁଟର ଶିକ୍ଷକ

ଚିକିଟି: କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠରେ କମ୍ପ୍ୟୁଟର ଶିକ୍ଷକ ପ୍ରେମ ନିବେଦନ କରି ଅଡୁଆରେ ପଡିଛନ୍ତି । ଶିକ୍ଷକ ଜଣକ ସାର୍ଟିଫିକେଟ ଦେବା ପାଇଁ ଡାକି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ଜଣେ ଛାତ୍ରୀଙ୍କୁ ଦିନ ୧୧ ଟାରେ ଏକ ଘରୋଇ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର କମ୍ପ୍ୟୁଟର ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗରେ ଦର୍ଶାଯାଇଛି । ଛାତ୍ରୀ ଜଣକ ଜୀବନ ଭୟରେ ବାପାଙ୍କ ସହାୟତାରେ ଥାନାରେ ପହଞ୍ଚି ସୁରକ୍ଷା ଲୋଡିଛନ୍ତି ।

ଏହି ଘଟଣାରେ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖି ପଚରଉଚରା ଜାରି ରଖିଛି । ସେକେଣ୍ଡ ଅଫିସର ସୁରେଶ ଚନ୍ଦ୍ର ମୁର୍ମୁ ଘଟଣାର ଯାଞ୍ଚ କରିବା ସହିତ ଏକ ମାମଲା ରୁଜୁ ହୋଇଛି । ଆସନ୍ତା କାଲି ପୀଡ଼ିତାର ଡାକ୍ତରୀ ମାଇନା ସହ ୧୬୪ ବୟାନ ରେକର୍ଡ କରାଯିବ ବୋଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking