28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଡ୍ୟୁଟି ବେଳେ ଜୀବନ ହାରିଲେ ସିଆଇଏସ୍‌ଏଫ୍ ଯବାନ

ଡ୍ୟୁଟି ବେଳେ ଜୀବନ ହାରିଲେ ସିଆଇଏସ୍‌ଏଫ୍ ଯବାନ

ତେଲେଙ୍ଗାନା : ଡ୍ୟୁଟି ବେଳେ ଜୀବନ ହାରିଲେ ସେଣ୍ଟ୍ରାଲ ଇଣ୍‌ତଷ୍ଟ୍ରିଆଲ ଫୋର୍ସ (ସିଆଇଏସ୍‌ଏଫ୍‌) ର ଯବାନ । ନିଜକୁ ନିଜେ ଗୁଳି ମାରିଲେ ଯବାନ। ଗୁରୁବାର କୋଲକାତା ନେତାଜୀ ସୁବାସ ଚନ୍ଦ୍ର ବୋଷ ଏୟାରପୋର୍ଟରେ କାର୍ଯ୍ୟକତ ଜଣେ ସିଆଇଏସ୍‌ଏଫ୍ ଯବାନ ନିଜକୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ତେଲେଙ୍ଗାନାର ୨୫ ବର୍ଷୀୟ ଯବାନ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରିଛନ୍ତି ।

ତାଙ୍କୁ ତୁରନ୍ତ ପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କାହିଁକି ସେ ନିଜକୁ ମାରିଲେ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯବାନ ଜଣକ ଉଓଝୠ ରେ ଚାକିରି କରୁଥିଲେ । ବର୍ତ୍ତମାନ ସେ କୋଲକାତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଏୟାରପୋର୍ଟରେ କାର୍ଯ୍ୟରତ ଥିଲେ । ହଠାତ ଡ୍ୟୁଟି ବେଳେ ସେ ତାଙ୍କ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking