33.1 C
Bhubaneswar
Thursday, May 23, 2024
Homeଅପରାଧପ୍ରେମରେ ପଡିଗଲା ଦଶମ ଶ୍ରେଣୀ ଛାତ୍ରୀ

ପ୍ରେମରେ ପଡିଗଲା ଦଶମ ଶ୍ରେଣୀ ଛାତ୍ରୀ

ବାଲେଶ୍ୱର : କଅଁଳ ବୟସ, କୁଆଁରୀ ମନ। ଦେହରେ ନୂଆ ଯୌବନ। ତେଲିଆ ଗେଲ୍ଲୀଆ କଥାରେ ମନ ଦେଇଦେଲା ଦଶମ ଶ୍ରେଣୀ ଝିଅଟା। ଏତ ନୂଆକରି ଯୌବନରେ ପାଦଥାପି ଥିବା ସରଳ ଝିଅଟା କଥାରେ ଅଛିପରା ଶହେ କଥାରେ ସତୀ ଭୂଲେ। ଏଇତ ନୂଆ ନୂଆ ଯୌବନରେ ପାଦ ଦେଇଛି। ତେବେ ସରଳ, ନୀରିହା ଝିଅଟି ପ୍ରେମକୁ ଠିକ ଭାବରେ ବୁଝିବା ପୂର୍ବରୁ ପଡ଼ିଗଲା ପ୍ରେମରେ। ଆଉ ପ୍ରେମ ଯେ କେତେ ଖସଡ଼ା ବାଟ ବୁଝିବା ପୂର୍ବରୁ ଧାରା ଦେଇଦେଲା ପ୍ରେମିକ ହାତରେ,ମୁହଁ ଜାକି ଦେଲା ପ୍ରେମିକ ଛାତିରେ। ଆଉ ସୁଯୋଗ ହାତଛଡା ନ କରି ପ୍ରେମିକପ୍ରବର ଭରପୁର ଫାଇଦା ଉଠାଇଥିଲା। ଶେଷରେ ପ୍ରେମିକା ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ବି ଭାଇରାଲ କରିଦେଲା। ପରେ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିପାରି ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଘଟଣା ବେଶ ସମ୍ବେଦନଶୀଳ ହୋଇ ଥିବାରୁ ବିଶେଷ ଗୁରୁତ୍ୱ ଦେଇ ପୋଲିସ ଆରମ୍ଭ କରିଥିଲା ତନାଘନା।

ଆଉ ବିଭିନ୍ନ ସ୍ଥାନରେ ଛାପାମାରି ଶେଷରେ ପ୍ରତାରକ ପ୍ରେମିକକୁ ଗିରଫ କରିଛି ପୋଲିସ। ଉଲ୍ଲେଖଯୋଗ୍ୟ ପ୍ରେମ ହେଉଛି ଏକ ଚିରନ୍ତନ ସତ୍ୟ ଶ୍ୱାସତ ଓ ସୁନ୍ଦର କିନ୍ତୁ ସେହି ପ୍ରେମର ନଗ୍ନ ନମୁନା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାଟିଗଡା ଗ୍ରାମରେ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୂପୁରା ଗ୍ରାମର ବନମାଳୀ ଘଡେଇଙ୍କ ପୁଅ ସଞ୍ଜୟ ଘଡେଇ (୨୩) ଝାଟିଗଡା ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲା। ସେହି ସ୍ୱଳ୍ପ ରହଣି ସମୟରେ ଝାଟିଗଡା ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଦଶମଶ୍ରେଣୀର ନାବାଳିକା ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା ।

ପ୍ରେମ ସମ୍ପର୍କ ମଧ୍ୟରେ ଅଭିଯୁକ୍ତ ସଞ୍ଜୟ ଝିଅର ସରଳତାର ସୁଯୋଗନେଇ ଝିଅକୁ ଖାଦ୍ୟରେ ମାଦକଦ୍ରଵ୍ୟ ଖୁଆଇ ନିଶାଶକ୍ତ ଅବସ୍ଥାରେ ମିଳାମିଶା କରି ନଗ୍ନ ଫୋଟ ଓ ଭିଡିଓ ଉଠାଇ, ଭାଇରଲ କରିବା ସହ,ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାରିବାର ଧମକ ଦେବା ଘଟଣାକୁ ନେଇ ପୀଡ଼ିତାଙ୍କ ମାଆ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜାଖୋଜି ଆରମ୍ଭ କରିଥିଲା ରାସଗୋବିନ୍ଦପୁର ଥାନା ପୋଲିସ। ତେବେ ଏହି ସମ୍ବେଦନଶୀଳ ଘଟଣାକୁନେଇ ସବୁ ମହଲରୁ ଅଭିଯୁକ୍ତକୁ ଗିରଫ କରିବାପାଇଁ ଦାବି ଉଠିଥିଲା। ଏସଂକ୍ରାନ୍ତରେ ଆଇ ଆଇ ସି ରଞ୍ଜନ କୁମାର ସେଠୀଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେନେଇ ୧୦୮/୨୦୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସଞ୍ଜୟକୁ ଖୁବଶୀଘ୍ର ଗିରଫ କରିବାକୁ ପୋଲିସ ଟିମ୍ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ପ୍ରକାଶ କରି ଥିଲେ । ଶେଷରେ ଅଭିଯୁକ୍ତ ସଞ୍ଜୟ ପୋଲିସ ହାତରେ ଧରପଡି ଗିରଫ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking