27.5 C
Bhubaneswar
Monday, July 22, 2024
Homeଅପରାଧଫେସବୁକ ପ୍ରେମରେ ପ୍ରତାରଣା : ଠକାମୀର ଶିକାର ହେଲେ ଯୁବକ

ଫେସବୁକ ପ୍ରେମରେ ପ୍ରତାରଣା : ଠକାମୀର ଶିକାର ହେଲେ ଯୁବକ

ଭୁବନେଶ୍ୱର : ଚନ୍ଦକା ଅଞ୍ଚଳର ଜଣେ ଯୁବକ ବିଦେଶିନୀଙ୍କ ପ୍ରେମରେ ପଡି ୧୦ ଲକ୍ଷ ଟଙ୍କା ହରାଇଛନ୍ତି । ଏହି ଠକାମୀରେ ଫସି ଥିବା ଯୁବକ ସାଇବର ଥାନା ଦ୍ୱାରସ୍ଥ ହୋଇଛନ୍ତି । ଟଙ୍କା କଟିଯାଇଥିବା ଆକାଉଣ୍ଟକୁ ପୋଲିସ ଫ୍ରିଜ କରିଛି । କିନ୍ତୁ ଏହା ପୂର୍ବରୁ ସେହି ଆକାଉଣ୍ଟରୁ ସାଇବର ଠକ ସମସ୍ତ ଟଙ୍କା କାଢି ନେଇଯାଇଛି । ଖବର ସୂତ୍ରରୁ ଜଣାପଡିଛି ଯେ, ଚନ୍ଦକା ଅଞ୍ଚଳର ସେହି ଯୁବକଙ୍କ ପାଖକୁ ଫେସବୁକରୁ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା । ଯୁବକ ଜଣକ ରିକ୍ୟୁଏଷ୍ଟ ଆସେପ୍ଟ କରିବା ପରେ ଦୁହେଁ ଚାଟିଙ୍ଗ ଦ୍ୱାରା କଥାବାର୍ତ୍ତା ହୋଇଥିଲେ । କିଛିଦିନ ଭିତରେ ସମ୍ପର୍କ ବଢିବା ପରେ ଫୋନରେ କଥା ହେବା ଆରମ୍ଭ କରିଦେଇଥିଲେ ।

ସେହି ମାୟାବିନୀ ଜଣଙ୍କ ଇଂଲଣ୍ଡରେ ରହୁଛନ୍ତି ଏବଂ ପେସାରେ ଜଣେ ଡାକ୍ତର ବୋଲି ସେହି ଯୁବକଙ୍କୁ କହିଥିଲେ । ଏପରି କିଛି ଦିନ ଚାଲିବା ପରେ ଯୁବତୀ ଜଣଙ୍କ ତାଙ୍କର ମାୟାଜାଲରେ ଫସେଇବା ପାଇଁ ସେହି ଯୁବକଙ୍କୁ ପ୍ରେମ ନିବେଦନ କରିବା ସହ ବିବାହର ପ୍ରସ୍ତାବ ଦେଇଥିଲେ । ବିବାହ ପାଇଁ ରାଜିହେବା ପରେ ସେହି ଯୁବତୀ ଓଡିଶା ଆସିବା ପାଇଁ ତାରିଖ କହିଥିଲେ । ଏହାପରେ ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ବିଭାର ଅଧିକାରୀମାନେ ତାକୁ ଧରି ଅଟକ ରଖିଥିବାର ସେ କହିଥିଲେ । ଅଧିକ ପରିମାଣର ବିଦେଶୀ ଟଙ୍କା ଆଣିଥିବାରୁ ସେହି ଯୁବତୀଙ୍କୁ ୩ ଲକ୍ଷ ଜରିମାନା ଦେବାକୁ ହେବ ବୋଲି କହିଥିଲେ । ପ୍ରଥମେ ୩ ଲକ୍ଷ ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ବାହାନା କରି ଏପରି ୧୦ ଲକ୍ଷ ଟଙ୍କା ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking