40.1 C
Bhubaneswar
Sunday, June 16, 2024
Homeଓଡିଶାଯାଞ୍ଚବେଳେ କାରରୁ ମିଳିଲା ୫ ଲକ୍ଷ

ଯାଞ୍ଚବେଳେ କାରରୁ ମିଳିଲା ୫ ଲକ୍ଷ

ଭୁବନେଶ୍ୱର : ନିର୍ବାଚନକୁ ଦୃଷ୍ଟିରେ ରଖି ଗତ କିଛି ଦିନ ହେବ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଥିବା ବେଳେ ଗତକାଲି ଲକ୍ଷ୍ମୀସାଗର ଥାନା ସବ୍‌-ଇନ୍ସପେକ୍ଟର ଗୟାନନ୍ଦ ସାହା ଓ ଥାନା କର୍ମଚାରୀ ମିଳିତ ଭାବେ ଝାରପଡ଼ା ଗୋଲେଇ ଛକ ନିକଟରେ ଯାଞ୍ଚ କରୁଥିଲେ । ସନ୍ଦେହ ହେବାରୁ ସେମାନେ ଏକ କଳା ରଙ୍ଗର କାରକୁ ଅଟକାଇଥିଲେ ।

ଯାଞ୍ଚ ସମୟରେ ଉକ୍ତ ଗାଡ଼ିରୁ ୫ ଲକ୍ଷ ଟଙ୍କା ପାଇଥିଲେ । ପଚରାଉଚରା ବେଳେ ସଂପୃକ୍ତ ଗାଡ଼ିର ମାଲିକ ତଥା ଡ୍ରାଇଭର ରମାକାନ୍ତ ସାହୁ ଉକ୍ତ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ପୁଲିସ ଉକ୍ତ ଟଙ୍କାକୁ ଜବତ କରିଛି । ଜବତ ଟଙ୍କା ଫେରି ପାଇବା ପାଇଁ ରମାକାନ୍ତ ସାହୁଙ୍କୁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ ଗ୍ରିଭାନ୍ସ କମିଟି ନିକଟରୁ ଅନୁମତି ପତ୍ର ଆଣିବାକୁ ହେବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking