36.1 C
Bhubaneswar
Sunday, June 16, 2024
Homeଓଡିଶାବିରୋଧିମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ବିରୋଧିମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକରେ ଆୟୋଜିତ ନିର୍ବାଚନୀ ସଭାରେ
ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ
ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଲକ୍ଷାଧିକ ଉତ୍ସାହିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ କଲେ ସ୍ୱାଗତ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ଜୁଲାଇ ମାସରୁ ମାଗଣା ବିଜୁଳି, ଆପଣମାନେ ଖୁସି ତ ?
ହର୍ଷ, ଉଲ୍ଲାସ ଓ କରତାଳି ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ

ବିରୋଧିମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
ଭୁବନେଶ୍ୱର ସାଂସଦଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ

ପୁରୀ ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ – ମୁଖ୍ୟମନ୍ତ୍ରୀ
ବିଭିନ୍ନ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ଲୋକଙ୍କୁ ପ୍ରଶ୍ନ କଲେ
ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀବସ, କାଳିଆ, 5T ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ, ରାସନ କାର୍ଡ, ପୁରୀ ମନ୍ଦିର କାମ, ମା’ସମଲେଇଙ୍କ କାମ – ସବୁଥିରେ ସମ୍ମିଳିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’

ଭୁବନେଶ୍ୱର ସାଂସଦଙ୍କୁ ତୀବ୍ର ସମାଲୋଚନା କଲେ କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱରର ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବା ହେଉଛି ତାଙ୍କ କାମ,
ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କ କାମ,
କିନ୍ତୁ ସେ ଛୋଟ ଛୋଟ କାମରେ ଲାଗିଛନ୍ତି

କହିଲେ – ଭୁବନେଶ୍ୱର ସାଂସଦ ତାଙ୍କ ରିପୋର୍ଟ କାର୍ଡ ଦେଇ ଲେଖିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣରେ ୬ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି
ଆପଣମାନେ କୁହନ୍ତୁ ଏନ୍‍.ଏଚ୍‍. ନିର୍ମାଣରେ ସାଂସଦଙ୍କ ଭୂମିକା କଣ ?
କଳିଙ୍ଗ ଷ୍ଟାଡିୟମ ପାଖରେ Foot Over Bridge କରିଛନ୍ତି, ୭ ହଜାର ସୋଲାର ଲାଇଟ, ୨୦ଟି ମିନିମାକ୍ସ ଲାଇଟ – ଏହା ହେଉଛି ଆପଣଙ୍କ ସାଂସଦଙ୍କ ବଡ଼ କାମ !
ବର୍ତ୍ତମାନ ମନ୍ଦିର ବୁଲି ୱାଟର କୁଲର ଲଗାଉଛନ୍ତି
ଭୁବନେଶ୍ୱର ଲୋକ ତାଙ୍କୁ କ’ଣ ସାଂସଦ କରିଥିଲେ ଏଇଥି ପାଇଁ ?
ସାଂସଦଙ୍କ କାମ କ’ଣ ଆପଣମାନେ ଜାଣନ୍ତି ? ବିଶେଷକରି ରାଜଧାନୀର ସାଂସଦମାନଙ୍କର ସ୍ୱତନ୍ତ୍ର ଭୂମିକା ଥାଏ
ଭୁବନେଶ୍ୱର ସାଂସଦ ଭାବେ ସହରକୁ ମେଟ୍ରୋ ଆଣିବା, ରିଙ୍ଗ ରୋଡ଼ କରି ଆଖପାଖ ଅଞ୍ଚଳକୁ ଭୁବନେଶ୍ୱର ସହିତ ଯୋଡ଼ିବା, ଏହାଦ୍ୱାରା ଭୁବନେଶ୍ୱର ସହିତ ପାରିପାର୍ଶ୍ୱିକ ଅଞ୍ଚଳ ଯଥା – ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଆଦି ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିବ

ଭୋପାଲ, ବେଙ୍ଗାଲୁରୁ ଓ ଜୟପୁରରେ ରାଜଧାନୀ ଅଞ୍ଚଳର ବିଜେପି ସାଂସଦମାନେ ସେମାନଙ୍କ ଅଞ୍ଚଳ ପାଇଁ ବଡ଼ ବଡ଼ ପ୍ରୋଜେକ୍ଟ ଆଣିପାରିଛନ୍ତି
ସାଂସଦ ଭାବେ ଆମର ଆଶା ଥିଲା ସେ ଭୁବନେଶ୍ୱର ପାଇଁ IT Park, Software Park, Sea Food Park, Manufacturing Cluster, Textile Park ଆଦି ଅନେକ ଶିଳ୍ପ ଆଣିବେ

କିନ୍ତୁ ଆପଣଙ୍କ ସାଂସଦ ଆପଣଙ୍କ ପାଇଁ କ’ଣ କରିଛନ୍ତି ଜଣାପଡ଼ୁନାହିଁ
ଆପଣଙ୍କ ଅଞ୍ଚଳର ଗର୍ବ ଓ ଗୌରବ ପାଇକ ବିଦ୍ରୋହ ବିଷୟରେ ସେ କିଛି କରିଛନ୍ତି କି ?
ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବାପାଇଁ
ମୁଖ୍ୟମନ୍ତ୍ରୀ ବାରମ୍ୱାର ଚିଠି ଲେଖୁଛନ୍ତି, କିନ୍ତୁ ସେ ଚୁପ୍‍ ଅଛନ୍ତି

ସମସ୍ତେ ଜାଣିଛନ୍ତି, ସାରା ଓଡ଼ିଶା ଜାଣିଛି ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ
ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ
ଶପଥ ନେବାପରେ ପ୍ରଥମ ଦସ୍ତଖତ ହେବ,
ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ
ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ
ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା

ମଧ୍ୟବିତ୍ତ ବର୍ଗ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ
ମଧ୍ୟବିତ୍ତ ପରିବାରମାନଙ୍କ ବୋଝ ହାଲ୍‍କା କରିବା ପାଇଁ
ମୁଖ୍ୟମନ୍ତ୍ରୀ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି
ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି

ମଧ୍ୟବିତ୍ତ ପରିବାର ବର୍ଗଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦିଆଯିବ
୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ପାଇଁ ସୁଧ କମ୍‍ କରାଯିବ
ଉଚ୍ଚଶିକ୍ଷା ପାଇଁ ଋଣରେ ମଧ୍ୟ ସୁଧ କମ୍‍ କରାଯିବ
ଓଡ଼ିଶାର ୯୮ ପ୍ରତିଶତ କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ୍‍ ଦିଆଯାଉଛି, ଛାତ୍ର ପାଇବେ ୧୨ ହଜାର, ଛାତ୍ରୀ ପାଇବେ ୧୪ ହଜାର, ଅନ୍ୟ କୋଣସି ରାଜ୍ୟରେ ଏତେ ପିଲାଙ୍କୁ ସ୍କଲାରସିପ୍‍ ଦିଆଯାଉନାହିଁ, ସର୍ବାଧିକ ୫ରୁ ୧୦ ପ୍ରତିଶତ ପିଲାଙ୍କୁ ସ୍କଲାରସିପ୍‍ ଦିଆଯାଉଛି
ଏଭଳି ପଦକ୍ଷେପ କୌଣସି ରାଜ୍ୟ ନେଇନାହାନ୍ତି,
ଏହା କେବଳ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କରିଛନ୍ତି

ନୟାଗଡ଼ ପାଇଁ ବିପୁଳ ପୁଞ୍ଜିନିବେଶ ଯୋଜନା ରଖିଛନ୍ତି ମୁଖ୍ୟମନ୍ତୀ – ଶ୍ରୀ ପାଣ୍ଡିଆନ
ରେଳଲାଇନ ହୋଇଗଲା ବର୍ତ୍ତମାନ ନୟାଗଡ଼ ଶିଳ୍ପସମୃଦ୍ଧ ହେବ, ଯୁବପିଢ଼ି ରୋଜଗାର ପାଇବେ, ସଶକ୍ତ ହେବେ

ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗରୀରେ
ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ – ଶ୍ରୀ ପାଣ୍ଡିଆନ
ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆପଣମାନଙ୍କ ସମସ୍ତଙ୍କ ଯୋଗଦାନ ରହିବ,
ଏହାଦ୍ୱାରା ସମସ୍ତେ ଉପକୃତ ହେବେ

ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ହେବ,
ଦୁବାଇ, ସିଂଗାପୁର ବିମାନ ବନ୍ଦରରେ ପୁରୀର ନାଁ ଲେଖାହେବ
ପୁରୀକୁ ପୁଞ୍ଜି ଆସିବ, ନିଯୁକ୍ତି ଆସିବ, ରୋଜଗାର ବଢ଼ିବ,
ପୁରୀ ହେବ ସାରା ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ
ଏଠାରେ ଆଉ କିଏ ବିଜୟଲାଭ କଲେ ମୁଖ୍ୟମନ୍ତ୍ରୀଙ୍କ କାମରେ ମୁଣ୍ଡ ଖେଳାଇବେ,
ବିକାଶକୁ ରୋକିବେ

ପୁରୀ ଜିଲ୍ଲାକୁ ସଶକ୍ତ କରିବାକୁ ହେଲେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଆସିବା ଦରକାର, ତା’ହେଲେ ଯାଇ ଜିଲ୍ଲା ବିକାଶରଧାରା ଆଗକୁ ବଢ଼ିବ

ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତଙ୍କୁ ଘର ମିଳିବ, ରାସନ କାର୍ଡ ମିଳିବ
ଉଠାଦୋକାନୀଙ୍କର ପୁରୀର ରୂପାନ୍ତରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା,
ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ, ସେମାନେ ଖୁସିରେ ରହିବେ,
ଏ ସରକାର ହେଉଛି ଲୋକଙ୍କ ସରକାର

କଟକ ସାଂସଦ ତଥା ବିଜେପି ସାଂସଦ ପ୍ରାର୍ଥୀଙ୍କୁ ନିନ୍ଦା କଲେ ପାଣ୍ଡିଆନ
ଲୋକସଭାରେ କୋଭିଡ ମୁକାବିଲା ସମ୍ପର୍କରେ ଦେଇଥିବା ଭାଷଣରେ
ଓଡ଼ିଶାର ସଫଳତା ବିଷୟରେ ପଦେ ବି କହିଲେନି

ଶାରିରୀକ ଭାବରେ ସେ ବିଜୁ ଜନତା ଦଳରେ ଥିଲେ, କିନ୍ତୁ ତାଙ୍କ ଅନ୍ତରରେ ବିଜେପି ଥିଲା ଓଡ଼ିଶା ପ୍ରତି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ପ୍ରତାରଣାର ଉଚିତ ଜବାବ୍‍ ୨୫ ତାରିଖରେ ଆପଣମାନେ ଦେବାକୁ ଆହ୍ୱାନ

ଆସନ୍ତା ୧୦ ବର୍ଷ ମଧ୍ୟରେ ଯୁବପୀଢ଼ିଙ୍କୁ ସଶକ୍ତ କରି
ନୂଆ ଓଡ଼ିଶା ଗଠନ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ

୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କଲେ
ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ, ବିରୋଧି ଦଳ କେବେହେଲେ ବିକାଶ ଚାହାନ୍ତି ନାହିଁ, କାମ କରିବାକୁ ଦେବେ ନାହିଁ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ତିନୋଟି ଲୋକସଭା ନିର୍ବାଚନ ମଣ୍ଡଳୀ – ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିଛନ୍ତି । ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଥିଲେ ।

ସଭାରେ ଲକ୍ଷାଧିକ ଉତ୍ସାହିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିଲେ ଯେ, ଜୁଲାଇ ମାସରୁ ମାଗଣା ବିଜୁଳି ପାଇବେ, ଆପଣମାନେ ଖୁସି ତ ? ହର୍ଷ, ଉଲ୍ଲାସ ଓ କରତାଳି ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ ।

ମୁଖ୍ୟମନ୍ତ୍ରୀ ତାଙ୍କ ସରକାରଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ପଚାରିଥିଲେ । ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀବସ, କାଳିଆ, 5T ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ, ରାସନ କାର୍ଡ, ପୁରୀ ମନ୍ଦିର କାମ, ମା’ସମଲେଇଙ୍କ କାମ ଆଦି ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ? ସବୁଥିରେ ସମ୍ମିଳିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିରୋଧି ନେତାମାନେ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଭୁବନେଶ୍ୱର ସାଂସଦଙ୍କୁ ସମାଲୋଚନା କରି ସେ କହିଲେ ଯେ, ସାଂସଦ ପୁରୀ ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ।

ଏହାପରେ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ନିଜର ଅଭିଭାଷଣରେ ଭୁବନେଶ୍ୱର ସାଂସଦଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେ କହିଲେ ଯେ ସାଂସଦ ଭାବରେ ଭୁବନେଶ୍ୱରର ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବା ହେଉଛି ତାଙ୍କ କାମ । ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କ କାମ । କିନ୍ତୁ ସେ ଛୋଟ ଛୋଟ କାମରେ ଲାଗିଛନ୍ତି । ସେ ପୁଣି କହିଲେ ଯେ ଭୁବନେଶ୍ୱର ସାଂସଦ ତାଙ୍କ ରିପୋର୍ଟ କାର୍ଡ ଦେଇ ଲେଖିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣରେ ୬ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆପଣମାନେ କୁହନ୍ତୁ ଏନ୍‍.ଏଚ୍‍. ନିର୍ମାଣରେ ସାଂସଦଙ୍କ ଭୂମିକା କଣ ? କଳିଙ୍ଗ ଷ୍ଟାଡିୟମ ପାଖରେ Foot Over Bridge କରିଛନ୍ତି, ୭ ହଜାର ସୋଲାର ଲାଇଟ, ୨୦ଟି ମିନିମାକ୍ସ ଲାଇଟ ଲଗାଇଛନ୍ତି । ଏହା ହେଉଛି ଆପଣଙ୍କ ସାଂସଦଙ୍କ ବଡ଼ କାମ ! ବର୍ତ୍ତମାନ ମନ୍ଦିର ବୁଲି ୱାଟର କୁଲର ଲଗାଉଛନ୍ତି ।

ଭୁବନେଶ୍ୱର ଲୋକ ତାଙ୍କୁ କ’ଣ ସାଂସଦ କରିଥିଲେ ଏଇଥି ପାଇଁ ? ସାଂସଦଙ୍କ କାମ କ’ଣ ଆପଣମାନେ ଜାଣନ୍ତି ? ବିଶେଷକରି ରାଜଧାନୀର ସାଂସଦମାନଙ୍କର ସ୍ୱତନ୍ତ୍ର ଭୂମିକା ଥାଏ । ଭୁବନେଶ୍ୱର ସାଂସଦ ଭାବେ ସହରକୁ ମେଟ୍ରୋ ଆଣିବା, ରିଙ୍ଗ ରୋଡ଼ କରି ଆଖପାଖ ଅଞ୍ଚଳକୁ ଭୁବନେଶ୍ୱର ସହିତ ଯୋଡ଼ିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାମ । ଏହାଦ୍ୱାରା ଭୁବନେଶ୍ୱର ସହିତ ପାରିପାର୍ଶ୍ୱିକ ଅଞ୍ଚଳ ଯଥା – ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଆଦି ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିବ ।

ଭୋପାଲ, ବେଙ୍ଗାଲୁରୁ ଓ ଜୟପୁରରେ ରାଜଧାନୀ ଅଞ୍ଚଳର ବିଜେପି ସାଂସଦମାନେ ସେମାନଙ୍କ ଅଞ୍ଚଳ ପାଇଁ ବଡ଼ ବଡ଼ ପ୍ରୋଜେକ୍ଟ ଆଣିପାରିଛନ୍ତି । ସାଂସଦ ଭାବେ ଆମର ଆଶା ଥିଲା ସେ ଭୁବନେଶ୍ୱର ପାଇଁ IT Park, Software Park, Sea Food Park, Manufacturing Cluster, Textile Park ଆଦି ଅନେକ ଶିଳ୍ପ ଆଣିବେ । କିନ୍ତୁ ଆପଣଙ୍କ ସାଂସଦ ଆପଣଙ୍କ ପାଇଁ କ’ଣ କରିଛନ୍ତି ଜଣାପଡ଼ୁନାହିଁ । ଆପଣଙ୍କ ଅଞ୍ଚଳର ଗର୍ବ ଓ ଗୌରବ ପାଇକ ବିଦ୍ରୋହ ବିଷୟରେ ସେ କିଛି କରିଛନ୍ତି କି ? ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ବାରମ୍ୱାର ଚିଠି ଲେଖୁଛନ୍ତି । କିନ୍ତୁ ସେ ଚୁପ୍‍ ଅଛନ୍ତି ।

ସେ ପୁଣି କହିଲେ ଯେ ସମସ୍ତେ ଜାଣିଛନ୍ତି, ସାରା ଓଡ଼ିଶା ଜାଣିଛି ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ନେବାପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ ହେବ । ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ ।

ସମସ୍ତ ସଭାରେ ମଧ୍ୟବିତ୍ତ ପରିବାରମାନଙ୍କ ଉପରେ ଫୋକସ କରି ସେ କହିଲେ ଯେ, ମଧ୍ୟବିତ୍ତ ବର୍ଗ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ । ମଧ୍ୟବିତ୍ତ ବର୍ଗର ଉନ୍ନତି ହେଲେ ସର୍ଭିସ ସେକ୍ଟର ଉନ୍ନତି ହେବ । ମଧ୍ୟବିତ୍ତ ବର୍ଗଙ୍କ ବୋଝ ହାଲ୍‍କା କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି । ମଧ୍ୟବିତ୍ତ ପରିବାର ବର୍ଗଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦିଆଯିବ । ସମସ୍ତେ ପାଇବେ ସ୍ୱାସ୍ଥ୍ୟ ସୁରକ୍ଷା । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ପାଇଁ ସୁଧ କମ୍‍ କରାଯିବ । ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଋଣରେ ସୁଧ କମ୍‍ କରାଯିବ । ସେ ପୁଣି କହିଲେ ଯେ, ଓଡ଼ିଶାର ୯୮ ପ୍ରତିଶତ କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ୍‍ ଦିଆଯାଉଛି, ଛାତ୍ର ପାଇବେ ୧୨ ହଜାର, ଛାତ୍ରୀ ପାଇବେ ୧୪ ହଜାର, ଅନ୍ୟ କୋଣସି ରାଜ୍ୟରେ ଏତେ ପିଲାଙ୍କୁ ସ୍କଲାରସିପ୍‍ ଦିଆଯାଉନାହିଁ, ସର୍ବାଧିକ ୫ରୁ ୧୦ ପ୍ରତିଶତ ପିଲାଙ୍କୁ ସ୍କଲାରସିପ୍‍ ଦିଆଯାଉଛି । ଏଭଳି ପଦକ୍ଷେପ କୌଣସି ରାଜ୍ୟ ନେଇନାହାନ୍ତି । ଏହା କେବଳ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କରିଛନ୍ତି ।

ନୟାଗଡ଼ରେ ସେ କହିଲେ ଯେ, ଏ ଅଞ୍ଚଳ ପାଇଁ ବିପୁଳ ପୁଞ୍ଜିନିବେଶର ଯୋଜନା ରଖିଛନ୍ତି ମୁଖ୍ୟମନ୍ତୀ । ରେଳଲାଇନ ହୋଇଗଲା । ବର୍ତ୍ତମାନ ନୟାଗଡ଼ ଶିଳ୍ପସମୃଦ୍ଧ ହେବ । ଯୁବପିଢ଼ି ରୋଜଗାର ପାଇବେ, ସଶକ୍ତ ହେବେ ।

ପୁରୀରେ ସେ କହିଲେ ଯେ, ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗରୀରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆପଣମାନଙ୍କ ସମସ୍ତଙ୍କ ଯୋଗଦାନ ରହିବ,
ଏହାଦ୍ୱାରା ସମସ୍ତେ ଉପକୃତ ହେବେ । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ହେବ । ଦୁବାଇ, ସିଙ୍ଗାପୁର ପରି ବିମାନ ବନ୍ଦରରେ ପୁରୀର ନାଁ ଲେଖାହେବ । ପୁରୀକୁ ପୁଞ୍ଜି ଆସିବ, ନିଯୁକ୍ତି ଆସିବ, ରୋଜଗାର ବଢ଼ିବ ।

ପୁରୀ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ସେ କହିଲେ ଯେ, ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତଙ୍କୁ ଘର ମିଳିବ, ରାସନ କାର୍ଡ ମିଳିବ । ଉଠାଦୋକାନୀଙ୍କର ପୁରୀର ରୂପାନ୍ତରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ । ସେମାନେ ଖୁସିରେ ରହିବେ । ଏ ସରକାର ହେଉଛି ଲୋକଙ୍କ ସରକାର ।

ସେ ପୁଣି କହିଲେ ଯେ, ପୁରୀ ହେବ ସାରା ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ । ଏଠାରେ ଆଉ କିଏ ବିଜୟଲାଭ କଲେ ମୁଖ୍ୟମନ୍ତ୍ରୀଙ୍କ କାମରେ ମୁଣ୍ଡ ଖେଳାଇବେ । ବିକାଶକୁ ରୋକିବେ । ପୁରୀ ଜିଲ୍ଲାକୁ ସଶକ୍ତ କରିବାକୁ ହେଲେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଆସିବା ଦରକାର, ତା’ହେଲେ ଯାଇ ଜିଲ୍ଲା ବିକାଶରଧାରା ଆଗକୁ ବଢ଼ିବ । ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ, ବିରୋଧି ଦଳ କେବେହେଲେ ବିକାଶ ଚାହାନ୍ତି ନାହିଁ, କାମ କରିବାକୁ ଦେବେ ନାହିଁ ।

ଖୋର୍ଦ୍ଧାରେ ବିକାଶର ହିସାବ ଦେଇ ସେ ଖୋର୍ଦ୍ଧାରେ ପ୍ରତିଷ୍ଠା କରାଯାଇଥିବା ଶିଳ୍ପର ହିସାବ ଦେଇଥିଲେ । ସେ କହିଲେ ଯେ, ACME Greentech Urja Private Limited ଜରିଆରେ ୩୫,୬୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି ଓ ୬୩୦୦ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Avaada Electro Pvt. Ltd. ଜରିଆରେ ୧୧,୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Electronic Manufacturing Cluster ଜରିଆରେ ୨୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ୪୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Berger Paints India Ltd. ଜରିଆରେ ୧୪୬୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ୪୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Rungta Paints Pvt. Ltd. ଜରିଆରେ ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ୭୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Nestle India Ltd.ଜରିଆରେ ୯୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ୯୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Sea Food Park, ଜରିଆରେ ୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି ।

ନୟାଗଡ଼ରେ ସେ କହିଲେ ଯେ, କଣ୍ଟିଲୋ ନୀଳମାଧବ ମନ୍ଦିର ରୂପାନ୍ତରଣ ସହିତ କୁସୁମୀ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚନ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି ।

ପରିଶେଷରେ ସେ କହିଲେ ଯେ, ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ । ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ସେ ନିବେଦନ କରିଥିଲେ ।

କଟକ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ, ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ବର୍ତ୍ତମାନର ସାଂସଦ କଟକ ସାଂସଦୀୟ କ୍ଷେତ୍ରରୁ ୬ ଥର ସାଂସଦ ହୋଇଛନ୍ତି । କୋଭିଡ ମୁକାବିଲାରେ ଓଡ଼ିଶାର ଭୂମିକା ଜାତୀୟ ଓ ଅନ୍ତର୍ଜାତିୟ ସ୍ତରରେ ପ୍ରଶଂସନୀୟ ଥିଲା । କୋଭିଡ ମୁକାବିଲାରେ ଓଡ଼ିଶା ୧ ନମ୍ୱର ଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବା ପାଇଁ ହଜାର ହଜାର ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ସରକାରୀ କର୍ମଚାରୀ ଦିନ ରାତି କଠିନ ପରିଶ୍ରମ କରି ଏହି ମହାମାରୀର ମୁକାବିଲା କରିଥିଲେ । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍‍ସିଜେନ୍‍ ସିଲିଣ୍ଡର ଓଡ଼ିଶା ତରଫରୁ ପଠାଯାଇଥିଲା । କୋଭିଡ଼ ମୁକାବିଲା ସଂକ୍ରାନ୍ତରେ ସଂସଦରେ ଯେତେବେଳେ ଆଲୋଚନା ହେଲା କଟକର ସାଂସଦଙ୍କୁ ବିଜୁ ଜନତା ଦଳ ପକ୍ଷରୁ କହିବା ପାଇଁ ସୁଯୋଗ ମିଳିଥିଲା । ୨୦ ମିନିଟ୍‍ କାଳ କୋଭିଡ଼ ମୁକାବିଲା ବିଷୟରେ ଭାଷଣ ଦେଇଥିଲେ । ଥରୁଟିଏ ବି ଓଡ଼ିଶା କିମ୍ୱା ମୁଖ୍ୟମନ୍ତ୍ରୀଙ୍କର କୋଭିଡ଼ ମୁକାବିଲାରେ ଭୂମିକା ବିଷୟରେ କହିନଥିଲେ । କେବଳ କେନ୍ଦ୍ର ସରକାରଙ୍କ ବିଷୟରେ କହିଥିଲେ । ସେ ସମୟରେ ସେ ଓଡ଼ିଶାକୁ ଭୁଲିଗଲେ ଓ ନବୀନ ବାବୁଙ୍କୁ ଭୁଲିଗଲେ । ସେଦିନ ଜଣା ପଡ଼ିଯାଇଥିଲା ଯେ ସେ ଶାରିରୀକ ଭାବରେ ସିନା ବିଜୁ ଜନତା ଦଳରେ ଅଛନ୍ତି କିନ୍ତୁ ତାଙ୍କ ଅନ୍ତରରେ ବିଜେପି ଦଳ ରହିଛି । ଓଡ଼ିଶା ପ୍ରତି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ପ୍ରତାରଣାର ଉଚିତ ଜବାବ୍‍ ୨୫ ତାରିଖରେ ଆପଣମାନେ ଦେବେ ବୋଲି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ଆସନ୍ତା ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୁବପୀଢ଼ିଙ୍କୁ ସଶକ୍ତ କରି ନୂଆ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଥିଲେ ।

ସାଂସଦ ପ୍ରାର୍ଥୀ ମନ୍ମଥ ରାଉତ ରାୟ, ଅରୂପ ପଟ୍ଟନାୟକ ଓ ସଂତୃପ୍ତ ମିଶ୍ରଙ୍କ ସମେତ ସମସ୍ତ ବିଧାନ ସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ବ୍ୟବଧାନରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking