40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶମୁକ-ବଧିର ଝିଅକୁ ଦୁଷ୍କର୍ମ ପରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ

ମୁକ-ବଧିର ଝିଅକୁ ଦୁଷ୍କର୍ମ ପରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ

କରୌଲି: ରାଜସ୍ଥାନର କରୌଲି ଜିଲ୍ଲାର ଏକ ଡାକ୍ତରଖାନାରେ ୧୧ ଦିନର ଚିକିତ୍ସା ପରେ ରବିବାର ଜଣେ ମୁକ-ବଧିର ନାବାଳିକାଙ୍କ ମୃତ୍ୟୁ ଘଟିଛି । ପୋଲିସର ସୂଚନା ଅନୁଯାୟୀ, ହସ୍ପିଟାଲରେ ଜଣେ ମୁକ-ବଧିର ବିଶେଷଜ୍ଞଙ୍କ ଉପସ୍ଥିତିରେ ପୀଡ଼ିତା ବୟାନ ଦେଇଥିଲେ । ବୟାନରେ ନାବାଳିକା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି । ପୁଲିସ ସୂଚନା ଅନୁଯାୟୀ, ଫୋନରେ ଏକ ଡଜନରୁ ଅଧିକ ଫଟୋ ଦେଖାଇବା ପରେ ନାବାଳିକା ଜଣକ ନିଜ ପଡ଼ୋଶୀରେ ରହୁଥିବା ଅପରାଧୀକୁ ଚିହ୍ନଟ କରିଥିଲେ । ନାଇ ମଣ୍ଡି ଥାନା ଅଧିକାରୀ ରାମ ଅବତାର ଯାଦବ ଗଣମାଧ୍ୟମକୁ ଫୋନ୍ ଯୋଗେ କହିଛନ୍ତି, “ମେ ୯ ତାରିଖରେ ପରିବାର ଲୋକେ ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ କ୍ଷେତରୁ ମୁକ-ବଧିର ନାବାଳିକାକୁ ପୋଡ଼ି ଯାଇଥିବା ଅବସ୍ଥାରେ ଦେଖିଥିଲେ ।

ପୋଲିସ କହିଛି ଯେ ଏଫ୍‌ଏସ୍‌ଏଲ୍ ଟିମ୍ ପ୍ରମାଣ ସଂଗ୍ରହ କରିଛି ଏବଂ ଏକ ମେଡିକାଲ ବୋର୍ଡ ଦ୍ୱାରା ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ଅଭିଯୁକ୍ତକୁ ହାଜତରେ ରଖି ପଚରାଉଚରା କରାଯାଉଛି । ମୃତ ନାବାଳିକାର ବାପା କହିଛନ୍ତି, ଯେଉଁମାନେ ମୋ ପିଲାକୁ ହତ୍ୟା କରିଛନ୍ତି ସେମାନଙ୍କୁ ଗିରଫ କରି ଫାଶୀ ଦିଆଯାଉ । ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବା ବେଳେ ଫଟୋ ଦେଖିବା ପରେ ପୋଲିସ ଉପସ୍ଥିତିରେ ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଜବରଦସ୍ତ ଅନ୍ତିମ ସଂସ୍କାର କରିବା ପାଇଁ ପୁଲିସ ତାଙ୍କ ଉପରେ ଚାପ ପକାଉଛି ବୋଲି ବାପା ଅଭିଯୋଗ କରିଛନ୍ତି । ସେ କରୌଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking