40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଧୂମପାନ ଓ ବୟସ ହେଉଛି କ୍ୟାନସର ବୃଦ୍ଧି ପାଇଁ ଦୁଇଟି ବଡ଼ ବିପଦ

ଧୂମପାନ ଓ ବୟସ ହେଉଛି କ୍ୟାନସର ବୃଦ୍ଧି ପାଇଁ ଦୁଇଟି ବଡ଼ ବିପଦ

ନୂଆଦିଲ୍ଲୀ: ଆଜିର ସମୟରେ କ୍ୟାନସର ଏକ ଭୟଙ୍କର ରୋଗ ହୋଇଥିବା ବେଳେ ବିଭିନ୍ନ ସମୟରେ ଏହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ କ୍ୟାନସର ପାଇଁ ଧୂମପାନ ଓ ବୟସ ଦୁଇଟି ବଡ଼ ବିପଦ । ଧୂମପାନ ଫୁସଫୁସ କ୍ୟାନସରଠାରୁ ଅଧିକ ଭୟଙ୍କର ହୋଇଥାଏ । ଧୂମପାନ ଓ ବୟସ ଏହି ଦୁଇଟି ଜିନିଷ କ୍ୟାନସରକୁ ବିକଶିତ କରାଯାଇବାରେ ସହାୟତା କରିଥାଏ । ନିକଟରେ କରାଯାଇଥିବା ଏକ ଷ୍ଟଡିରୁ ଏହି ତଥ୍ୟ ମିଳିଛି ।

ତେବେ ଡାଏଟ, ବ୍ୟାୟାମ, ଫ୍ୟାମିଲି ହିଷ୍ଟ୍ରି ରୋଗଗୁଡ଼ିକ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଟେ । ବୟସ ଓ ଟବାଗୋ ମଣିଷର ଟ୍ୟୁମରକୁ ବଢ଼ାଇବାର ଅଧିକ ଚାନ୍ସ ରହିଥାଏ । ଏହି ଗବେଷଣା ପାଇଁ ୪ ଲକ୍ଷରୁ ଅଧିକ ଲୋକଙ୍କ କ୍ୟାନସର ହିଷ୍ଟ୍ରିକୁ ଅନୁଧ୍ୟାନ କରାଯାଇଥିଲା । ପ୍ରତ୍ୟେକ ବ୍ୟକ୍ତିଙ୍କର ୫ ବର୍ଷର ଡାଟାକୁ ଏକତ୍ର କରାଯାଇଥିଲା ।

ଯେ କୌଣସି କ୍ୟାନସର ୫ ବର୍ଷ ମଧ୍ୟରେ ୨ ପ୍ରତିଶତ ବିକଶିତ ହୋଇଥାଏ । ୫୦ ବର୍ଷୀୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହା ବେଶି ସମ୍ଭାବନା ରହିଥାଏ । ତେବେ ପୁରୁଷଙ୍କ କ୍ଷେତ୍ରରେ ଏହା ୨୯ ପ୍ରତିଶତ ଓ ମହିଳାଙ୍କ କ୍ଷେତ୍ରରେ ୨୫ ପ୍ରତିଶତ ବିପଦ ସମ୍ଭାବନା ରହିଥାଏ । ତେବେ ବୟସାଧିକ୍ୟ ହେବା ପରେ ସ୍ମୋକିଂ କାରଣରୁ କ୍ୟାନସର ବିକଶିତ ହେଉଥିବା ଜଣାପଡ଼ିଥିଲା । ସେହିପରି ରେଡ୍ ମିଟ୍ ସେବନ, ଫିଜିକାଲି ଇନଆକ୍ଟିଭ୍ ରହିବା, ପୁରୁଷମାନେ ଆକଲହଲ ସେବନ କରିବା ମଧ୍ୟ ରିସ୍କ ଫ୍ୟାକ୍ଟର ସାଜିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking