27.1 C
Bhubaneswar
Monday, August 8, 2022
Homeଓଡିଶାଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର

ଟାଙ୍ଗୀ: ଟାଙ୍ଗୀ ଥାନା ଅର୍ନ୍ତଗତ ଜକନାସାହିରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଭଡ଼ାଘରୁ ଉଦ୍ଧାର କରିଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସନ୍ଦେହ ଓ ଝଗଡ଼ାରୁ ଆତ୍ମହତ୍ୟା କରିଥିବା ପୁଲିସ ଜବତ କରିଥିବା ହାତଲେଖା ଚିଠିରୁ ଜଣାପଡ଼ିଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ପୁଲିସ ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ନବଘନପୁର ଗ୍ରାମର ତ୍ରିଲୋଚନ ବିଶ୍ୱାଳ ସେହି ଗ୍ରାମର ସୁରେନ୍ଦ୍ର ସାହୁଙ୍କ ନାବାଳିକା ଝିଅକୁ ପ୍ରେମ କରି ଘରୁ ନେଇ ପଳାଇ ଆସିଥିଲେ । ପରେ ଏକ ମନ୍ଦିରରେ ବିବାହ କରିଥିଲେ । ତ୍ରିଲୋଚନ ଜଣେ ଡ୍ରାଇଭର ହୋଇଥିବା ବେଳେ ଏକ ବର୍ଷ ହେବ ଟାଙ୍ଗୀ ଅଞ୍ଚଳରେ ରହୁଥିଲେ । ମୋବାଇଲ କଲକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । ଗତ ଦୁଇ ଦିନ ହେବ ଟ୍ରକ ନେଇ ଯୁବକ ବାହାରକୁ ଯାଇଥିଲେ ।

ଗତକାଲି ରାତିରେ ଘରକୁ ଫେରିଥିବା ବେଳେ ଘର ଭିତର ପଟରୁ କବାଟ ବନ୍ଦ କରାଯାଇଥିଲା । ପତ୍ନୀଙ୍କୁ ଫୋନ କରିବାରେ ଉଠାଇନଥିଲେ । ଫଳରେ ସନ୍ଦେହ ହେବାରୁ ଘରର ପଛ ପଟ ବାଟେ ଦେଖିବାକୁ ପାଇଥିଲେ ପତ୍ନୀ ଜଣଙ୍କ ଫ୍ୟାନରେ ଆତ୍ମହତ୍ୟା କରିଛନ୍ତି । ଘଟଣା ପ୍ରଘଟ ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ନାବାଳିକା ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ôଚ ଝିଅକୁ ମାରି ଦେଇଥିବା ଅଭିଯୋଗ କରିଥିଲେ । ଆଜି ସକାଳୁ ସାଇଣ୍ଟିଫିକ ଟିମ ପୁଲିସ ଉପସ୍ଥିତିରେ ଘରର କବାଟ ଭାଙ୍ଗି ଶବ ଜବତ କରି ତଦନ୍ତ କରୁଛି । ପୁଲିସକୁ ଏକ ହାତ ଲେଖା ଚିଠି ମିଳିଛି । ଯେଉଁ ଥିରେ ଲେଖା ହୋଇଛି ମୁଁ ମରିବା ପଛରେ କାହାର ହାତ ନାହିଁ । ବାବା ମତେ କ୍ଷମା କରିବେ ମୁଁ ତୁମ ଭଲ ଝିଅ ହୋଇ ପାରିଲିନି । ପପୁ ତୁମେ ମତେ କ୍ଷମା କରିବ ମୁଁ କାହା ସହ କଥା ହୋଇ ନାହିଁ ତୁମେ ଖୁସିରେ ରୁହ ମୁଁ ଯାଉଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇ ତଦନ୍ତ ଜାରିରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking