34.1 C
Bhubaneswar
Thursday, April 25, 2024
Homeଓଡିଶାବାଲେଶ୍ୱରଖଇରବଣି ଆଶ୍ରମରେ ଛାତ୍ରର ମୃତ୍ୟୁ

ଖଇରବଣି ଆଶ୍ରମରେ ଛାତ୍ରର ମୃତ୍ୟୁ

ନୀଳଗିର: ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଖଇରବଣି ଆଶ୍ରମ ହଷ୍ଟେଲରେ ୨ୟ ଶ୍ରେଣୀରେ ଅଧ୍ୟୟନ ଛାତ୍ରର ମୃତ୍ୟୁକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ସୂଚନା ଅନୁଯାୟୀ ଖଇରବଣି ଆଶ୍ରମରେ ହଷ୍ଟେଲ ରହି ପଢ଼ୁଥିବା ଉକ୍ତ ବିଦ୍ୟାଳୟ ନିକଟ ରାବଡ଼ିସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ୭ବର୍ଷର ଶିଶୁ ପୁତ୍ର ତପୁ ସିଂଙ୍କ ଦେହ କିଛି ଦିନ ପୂର୍ବରୁ ଅସୁସ୍ଥ ଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଛାତ୍ରକୁ ଗୁରୁବାର ପୂର୍ବାହ୍ନରେ ତା’ର ଅଭିଭାବକଙ୍କୁ ଅସୁସ୍ଥତା ଜଣାଇ ଘରକୁ ଛାଡ଼ିଥିଲେ । ମାତ୍ର ଜ୍ୱର ନ ଛାଡ଼ିବାରୁ ତପୁର ବାପା ଶୁକ୍ରବାର ପୂର୍ବାହ୍ନରେ ପୁଅକୁ ନୀଳଗିରି ହସପିଟାଲକୁ ଆଣି ଚିକିତ୍ସା କରାଇଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଛାତ୍ରର ମୃତ୍ୟୁ ଘଟିଥିଲା । ଛାତ୍ରର ମୃତ୍ୟୁ ପରେ ପରିବାର ସହିତ ଅଞ୍ଚଳବାସୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଛାତ୍ରର ମୃତ୍ୟୁ ହୋଇଥିବା କହିଛନ୍ତି । ଏ ନେଇ ବିଦ୍ୟାଳୟ ପରିସରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରିବାରକୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିବା ସହିତ ଦାୟିତ୍ୱରେ ଅବହେଳା କରିଥିବା ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍‌ଙ୍କୁ ବରଖାସ୍ତ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେଠାରେ ପ୍ରଶାସନ ପକ୍ଷରୁ ନୀଳଗିରି ତହସିଲଦାର, ଏଡି.ଡବ୍ଲ. ଡବ୍ଲୁ.ଓ., ସି.ଆର.ସି., ଏବିଇଓ, ବିଆରସିସି, ସ୍ଥାନୀୟ ସରପଞ୍ଚ ଏବଂ ସ୍ଥାନୀୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦକାରୀଙ୍କ ସହ ଆଲୋଚନା କରିଥିଲେ । ଉଭୟ ପକ୍ଷଙ୍କ ଆଲୋଚନା ପରେ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ବହିଷ୍କାର ସହ ରେଡକ୍ରସ ତରଫରୁ ୧୦ହଜାର, ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ୧୦ହଜାର ଓ ଚନ୍ଦ୍ରବିନ୍ଦୁ ଦାସଙ୍କ ପକ୍ଷରୁ ୫ ହଜାର, ସହ ଡେଥ୍ ସାର୍ଟିଫିକେଟ ଆସିବା ପରେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବା ପାଇଁ ଆଲୋଚନା ହୋଇଛି । ପରେ ମୃତ ଛାତ୍ରକୁ ଅପରାହ୍ନରେ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking