ଭୁବନେଶ୍ୱର : ଚିଟଫଣ୍ଡ ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ନେଇ ବାଚସ୍ପତିଙ୍କ ଘୋଷଣା । ହାଇକୋର୍ଟରେ ମାମଲା ବିଚାରଧୀନ , କମିଶନ ତଦନ୍ତ କରୁଛନ୍ତି । ଚିଟଫଣ୍ଡ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇ ପାରିବନି , ପୂର୍ବରୁ ରୁଲିଂ ହୋଇଛି । ୨୦୧୪ରେ ତତ୍କାଳୀନ ବାଚସ୍ପତି ଏଜିଙ୍କ ପରାମର୍ଶ ନେଇ ରୁଲିଂ ଦେଇଥିଲେ । ଚିଟଫଣ୍ଡ ଆଲୋଚନା ଦାବିରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ବିଜେଡି ବିଧାୟକଙ୍କୁ ଘଣ୍ଟ ଘୋଡାଇବାକୁ ଆଲୋଚନା ହେଉନି ବୋଲି କହିଛନ୍ତି ମୋହନ ମାଝୀ ।
ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, କଳିଙ୍ଗ ଷ୍ଟାଡିୟମ୍ରେ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ