30.1 C
Bhubaneswar
Wednesday, April 24, 2024
Homeମନୋରଞ୍ଜନସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ

ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ

ମୁମ୍ବାଇ: ବଲିଉଡର ମେଗା ଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ । ଜୀବନ ପ୍ରତି ବିପଦ ଥିବାରୁ ବନ୍ଧୁକ ପାଇଁ ଲାଇସେନ୍ସ ଆବେଦନ କରିଥିଲେ ବଲିଉଡ ଅଭିନେତା ସଲମାନ ଖାନ । ଯାଞ୍ଚ ଓ ନିରୀକ୍ଷଣ ପରେ ମୁମ୍ବାଇ ପୋଲିସ ଭାଇଜାନଙ୍କୁ ଏହି ଲାଇସେନ୍ସ ପ୍ରଦାନ କରିଛି । ବାପା ସଲିମ ଖାଁ ଓ ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ଲାଗି ମୁମ୍ବାଇ ପୋଲିସ ନିକଟରେ ଗନ୍ ଲାଇସେନ୍ସ ପାଇଁ ସେ ଆବେଦନ କରିଥିଲେ । ମୁମ୍ବାଇ ପୋଲିସ କମିଶନରଙ୍କୁ ସାକ୍ଷାତ କରିବା ସହ ଧମକପୂର୍ଣ୍ଣ ଚିଠି ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ।
ଗତମାସରେ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୋସେଓ୍ବାଲାଙ୍କ ପରି ତାଙ୍କର ବି ସମାନ ଦଶା ହେବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବଢ଼ାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking