30.1 C
Bhubaneswar
Wednesday, May 1, 2024
Homeଓଡିଶାଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌: ୨ ମୃତ, ୩ ଗୁରୁତର

ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌: ୨ ମୃତ, ୩ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଚାଲୁଥିବା ଓଭର ବ୍ରିଜ୍ କାର୍ଯ୍ୟରେ ପଶ୍ଚିମବଙ୍ଗରୁ ଆସିଥିବା ଶତାଧିକ ଶ୍ରମିକ ନିଜ ପରିବାର ଧରି ଏହି ନିର୍ମାଣାଧୀନ ପୋଲ ତଳେ କ୍ୟାମ୍ପ କରି ରହୁଥିଲେ ।

ଆଜି ସକାଳୁ ସକାଳୁ ଏକ ବାଲି ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଶ୍ରମିକ କ୍ୟାମ୍ପ ଆଡ଼କୁ ମାଡ଼ି ଯାଇଥିଲା । ଶୋଇଥିବା ଅବସ୍ଥାରେ ଶ୍ରମିକମାନେ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ । ପୋଲିସ, ଦମକଳବାହିନୀ ସହାୟତାରେ ଆହତ, ମୃତ ଲୋକମାନଙ୍କୁ ବାହାର କରରଯାଇ ମେଡିକାଲ୍ ପଠାଯାଇଛି । ରଥଯାତ୍ରା ବେଳେ ଏଭଳି ଏକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking